ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି , ମଲ୍ଟିସିଷ୍ଟମ କେବୁଲ ଅପରେଟରଙ୍କ ଆଉଟ-ପୁଟ୍ ଫିଡ ଉପରେ ଏବେ ରଖିବେ ନଜର   

31/05/2022 at 8:32 PM

ନୂଆଦିଲ୍ଲୀ ୩୧।୫: କେବୁଲ ଅପରେଟରଙ୍କ ଆଉଟପୁଟ ଫିଡ ଉପରେ ଏବେ ନଜର ରଖିବେ କେନ୍ଦ୍ର ସରକାର। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ମଙ୍ଗଳବାର ଏକ ଆଡଭାଇଜରୀରେ ଏହି ସୂଚନା ଦେଇଛନ୍ତି। ଅପରେଟରଙ୍କ କାମରେ ବାଧା ସୃଷ୍ଟି ନକରି ମଲ୍ଟି ସିଷ୍ଟମ ଅପରେଟରଙ୍କ ହେଡ ଏଣ୍ଡରେ ଏକ ମନଟରିଂ ଡିଭାଇସ୍ ସ୍ଥାପିତ କରି ଏହି କାମ କରିବେ। ମନିଟରିଂ ଡିଭାଇସକୁ କେବୁଲ ଟିଭି ନେଟୱାର୍କସ୍ (ରେଗୁଲେସନ) ଅଧିନିୟମର ବ୍ୟବସ୍ଥା ଅନୁସାରେ ଇନଷ୍ଟଲ କରାଯିବ।

ଏଥିଲାଗି କୌଣସି ପ୍ରକାର ଅସହଯୋଗକୁ ଅଧିନିୟମର ଧାରା ୧୦-ଏ ର ଉପଧାରା ୪ର ଉଲ୍ଲଂଘନ ବୋଲି ମନେ କରାଯିବ। ଯେଉଁମାନେ ଏଥିରେ ବାଧା ସୃଷ୍ଟି କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏଣୁ ଏ ବାବଦେ ଜାରି ଆଡଭାଇଜରୀରେ ଇନଷ୍ଟାଲେସନ ପାଇଁ ଯାଉଥିବା ଟିମକୁ ସବୁପ୍ରକାର ସହଯୋଗ କରିବା ଲାଗି କୁହାଯାଇଛି। ବ୍ରଡକାଷ୍ଟ ଇଞ୍ଜିନିୟରିଂ କନସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ (ବିଇସିଆଇଏଲ) ଟିମ୍‌ ଏହି ଡିଭାଇସ ଇନଷ୍ଟଲ କରିବେ।

ମନ୍ତ୍ରାଳୟ ଏହା ମଧ୍ୟ ଅନୁରୋଧ କରିଛନ୍ତି ଯେ ବିଇସିଆଇଏଲ ଅଧିକାରୀ ବା ଟିମ୍‌ ଲାଗି ଆବଶ୍ୟକ ହେଡ-ଏଣ୍ଡ ସ୍ଥାନ, ସଶର୍ତ୍ତ ଏକ୍ସେସ ସିଷ୍ଟମ ବିବରଣୀ, ପରିବହନ ଷ୍ଟ୍ରିମ, ଫ୍ରିକ୍ୱେନ୍ସି ଡିସ୍କ୍ରିପସନ, ଆରଏଫ ଫିଡ ବିବରଣୀ, ପ୍ଲାଟଫର୍ମ ସେବା ବିବରଣୀ, ସିଟିଏଭି ସିଗ୍ନାଲ ବିତରଣ କ୍ଷେତ୍ର ଓ ଏସଟିଭି ସିଡିଂ ବିବରଣୀ ଆଦି ସମ୍ପର୍କରେ ଆବଶ୍ୟକ ସୂଚନା ପ୍ରସ୍ତୁତ କରନ୍ତୁ।

   Related Posts