୫୦% କର୍ମଚାରୀରେ ଚାଲିବ କେନ୍ଦ୍ରୀୟ କାର୍ଯ୍ୟାଳୟ, ବାକି କର୍ମଚାରୀ ଘରେ ରହି କାମ କରିବେ

Published By : Prameya-News7 Bureau | January 04, 2022 IST

ଭୁବନେଶ୍ୱର ୦୪।୦୧: କରୋନା ସଂକ୍ରମଣକୁ ଦେଖି ସତର୍କ ହେଲେ କେନ୍ଦ୍ର ସରକାର । ଏଣିକି ଅଧା କର୍ମଚାରୀରେ ଚାଲିବ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ । କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ କେନ୍ଦ୍ର ସରକାର ସତର୍କ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଅଫିସଗୁଡିକ ଅଧା କର୍ମଚାରୀରେ ଚାଲିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ବାକି ୫୦ ପ୍ରତିଶତ କର୍ମଚାରୀ ଘରେ ରହି କାମ କରିବେ । ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଅନୁସାରେ ଅଫିସ୍ ଚାଲିବ ।

ତେବେ ଅଣ୍ଡର ସେକ୍ରେଟାରୀ ଏବଂ ଏହାଠାରୁ ଉଚ୍ଚ ପଦରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ନିୟମିତ ଅଫିସ୍ ଆସିବେ । ଭିନ୍ନକ୍ଷମ ଏବଂ ଗର୍ଭବତୀ ମହିଳାମାନେ ଅଫିସ୍ ନଆସି ଘରେ ରହି କାର୍ଯ୍ୟ କରିବେ । ଯେଉଁ ଅଧିକାରୀ ଓ କର୍ମଚାରୀମାନେ କଣ୍ଟେନମେଣ୍ଟ ବା ଅବରୋଧ ଅଞ୍ଚଳରେ ରହୁଥିବେ, ସେମାନଙ୍କୁ ଅଫିସ୍ ଆସିବାକୁ ବାରଣ କରାଯାଇଛି । ଘରେ ରହି କାର୍ଯ୍ୟ କରୁଥିବା କର୍ମଚାରୀମାନେ ଟେଲିଫୋନ୍ ଓ ଇଣ୍ଟରନେଟ୍ ମାଧ୍ୟମରେ ସବୁ ସମୟରେ ଯୋଗାଯୋଗରେ ରହିବେ । ଭିଡିଓ କନଫରେନ୍ସିଂ ଜରିଆରେ ମିଟିଂ କରାଯିବ । କାର୍ଯ୍ୟସ୍ଥଳକୁ ଠିକ୍ ଭାବେ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

{"id":569221,"width":755,"height":1034,"sizeSlug":"full","linkDestination":"none"}
{"id":569222,"width":753,"height":823,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.