ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ପାନକାର୍ଡଧାରୀଙ୍କୁ ଝଟକା, ଆଧାର ଲିଙ୍କ୍ ପାଇଁ ଦେବାକୁ ପଡିବ ଟଙ୍କା, ୧୩ କୋଟି ଲୋକ ହେବେ ପ୍ରଭାବିତ…

6/02/2023 at 12:53 PM

ନୂଆଦିଲ୍ଲୀ ୦୬।୦୨: ପାନକାର୍ଡଧାରୀଙ୍କୁ ଲାଗିବ ଝଟକା । ଯଦି ଆପଣ ବି ପାନକାର୍ଡ ବ୍ୟବହାର କରୁଛନ୍ତି ତେବେ ହୋଇଯାଆନ୍ତୁ ସତର୍କ । ଏଣିକି ପାନକାର୍ଡକୁ ଆଧାର ସହ ସଂଯୋଗ କରିବା ପାଇଁ ଦେବାକୁ ପଡିବ ଦେୟ । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର । ଏଥିରେ ପ୍ରଭାବିତ ହେବେ ୧୩ କୋଟିରୁ ଅଧିକ ଲୋକ ।

ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପାନକୁ ଆଧାର ସହିତ ସଂଯୋଗ କରିବା ପାଇଁ ୧୦୦୦ ହଜାର ଟଙ୍କା ଶୁଳ୍କ ଦେବାକୁ ପଡ଼ିବ । ଯଦି ଏପରି ନହୁଏ ତେବେ ସରକାର ୧୩ କୋଟିରୁ ଅଧିକ ଲୋକଙ୍କର କାର୍ଡ ରଦ୍ଦ କରିପାରନ୍ତି ।

କେନ୍ଦ୍ରୀୟ ପ୍ରତକ୍ଷ କର ବୋର୍ଡ (CBDT) କହିଛି ଯେ, ୬୧କୋଟି ୟୁଜର୍ସଙ୍କ ମଧ୍ୟରୁ ୪୮ କୋଟି ଲୋକ ଆଜିଯାଏଁ ପାନ୍ ସହ ଆଧାର ଲିଙ୍କ କରିନାହାନ୍ତି । CBDT  ଆହୁରି ମଧ୍ୟ କହିଛି ଯେ ୩୧ ମାର୍ଚ୍ଚ ମଧ୍ୟରେ ପ୍ୟାନ ସହ ଆଧାର ଲିଙ୍କ ହୋଇଯିବା ନେଇ ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ୟାନ ଏବଂ ଆଧାର ସଂଯୋଗ କରିବାକୁ ୩୧ ମାର୍ଚ୍ଚ ୨୦୨୩ ଯାଏଁ ସମୟ ସୀମା ଧାର୍ଯ୍ୟ କରାଯାଇଛି । ଯଦି ଏହି ସମୟସୀମା ମଧ୍ୟରେ ସଂଯୋଗ କରାନଯାଏ, ତେବେ ପାନ୍ କାର୍ଡ ନିଷ୍ଟ୍ରିୟ ହୋଇଯିବ ।

ସେହିପରି CBDT ମୁଖ୍ୟ କହିଛନ୍ତି ଯେ, ଧାର୍ଯ୍ୟ ସମୟ ଅନୁଯାୟୀ ଆଧାର PAN ସହିତ ଲିଙ୍କ୍ ହୋଇନଥାଏ, ତେବେ ସେହି ଗ୍ରାହକ ଟିକସ ସୁବିଧା ପାଇପାରିବେ ନାହିଁ । କାରଣ ମାର୍ଚ୍ଚ ପରେ ତାଙ୍କ ପ୍ୟାନ୍ ବୈଧ୍ୟତା ହେବ ନାହିଁ ।

   Related Posts