scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶାହ ଫୈଜଲଙ୍କୁ କେନ୍ଦ୍ର ସରକାର ଦେଲେ ନୂଆ ଦାୟିତ୍ୱ, ରାଜନୀତି ଛାଡି ପୁଣି ପ୍ରଶାସନିକ ସେବାକୁ ଫେରିଲେ IAS ଅଫିସର

13/08/2022 at 5:28 PM

ନୂଆଦିଲ୍ଲୀ: ଆଇଏଏସ ଅଫିସର ଶାହ ଫୈଜଲ ପୁଣି ଥରେ ପ୍ରଶାସନିକ ସେବାକୁ ଫେରିଛନ୍ତି । ଶନିବାର ଶାହ ଫୈଜଲଙ୍କୁ କେନ୍ଦ୍ର ପର୍ଯ୍ୟଟନ ବିଭାଗର ଉପ ସଚିବ ପଦରେ ନିଯୁକ୍ତି ଦିଆଯାଇଛି । ୨୦୧୦ ବ୍ୟାଚର ୟୁପିଏସସି ଟପ୍ପର ଶାହ ଫୈଜଲ । ୩ ବର୍ଷ ପୂର୍ବେ ସେ ଆଇଏଏସ ଚାକିରି ଛାଡି ଜାମ୍ମୁ କାଶ୍ମୀର ରାଜନୀତିରେ ସାମିଲ ହୋଇଥିଲେ । ତେବେ କେନ୍ଦ୍ର ସରକାର ତାଙ୍କର ଇସ୍ତଫାକୁ ସ୍ୱୀକାର କରି ନଥିଲେ ।

ନିକଟ ଅତୀତରେ ଶାହ ଫୈଜଲ ପୁଣି ଥରେ ପ୍ରଶାସନିକ ସେବାକୁ ଫେରିବା ନେଇ ଆବେଦନ କରିଥିଲେ । କେନ୍ଦ୍ର ସରକାର ମଧ୍ୟ ଏହାକୁ ମଞ୍ଜୁରୀ ଦେଇଥିଲେ । ଏବେ କିଛି ମାସ ପରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।

ଏହା ପୂର୍ବରୁ ଦେଶରେ ଅସହିଷ୍ଣୁତା ବୃଦ୍ଧି ପାଉଥିବା ଅଭିଯୋଗ ଆଣି ପ୍ରଶାସନିକ ସେବାକୁ ଇସ୍ତଫା ଦେଇଥିଲେ । ଶାହ ଫୈଜଲ ଇସ୍ତଫା ଦେବା ପରେ ଜାମ୍ମୁ ଏବଂ କାଶ୍ମୀର ପିପୁଲ୍ସ ମୁଭମେଣ୍ଟ ପାର୍ଟି ଗଠନ କରିଥିଲେ । ଧାରା ୩୭୦ ଉଚ୍ଛେଦ ସମୟରେ ସାର୍ବଜାନୀନ ସୁରକ୍ଷା ଅଧିନିୟମରେ ତାଙ୍କୁ ହେପାଜତକୁ ନିଆଯାଇଥିଲା । ତିନି ବର୍ଷ ପରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପୁଣି ଥରେ ନୂଆ ଆରମ୍ଭ କରିବା ପାଇଁ ଉତ୍ସାହିତ ଥିବା କହିଛନ୍ତି ।

   Related Posts