ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ବୁଷ୍ଟରଡୋଜ୍ ଭାବେ ‘କୋରବେଭାକ୍ସ’କୁ ମିଳିଲା କେନ୍ଦ୍ର ସରକାରଙ୍କ ମଞ୍ଜୁରୀ

10/08/2022 at 7:16 PM

ନୂଆଦିଲ୍ଲୀ ୧୦।୮: ବାୟୋଲଜିକାଲ-ଇଙ୍କ କୋଭିଡ-୧୯ଭେକ୍ସିନ୍ କୋରବେଭାକ୍ସକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଛି। ଏହି ଭାକ୍ସିନକୁ ବୁଷ୍ଟର ଡୋଜ୍ ଭାବେ ଦିଆଯାଇପାରିବ। ଯେଉଁମାନେ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକରଣ କରିଛନ୍ତି ସେମାନେ ବୁଷ୍ଟରଡୋଜ ଭାବେ ଏହି କୋରବେଭାକ୍ସ ନେଇପାରିବେ ବୋଲି କୁହାଯାଇଛି। ଏବେ ଏହି ଡୋଜ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ସତର୍କତା ଡୋଜ ଭାବେ ଦିଆଯାଇପାରିବ।

ତେବେ ଭାରତରେ ପ୍ରଥମ ଥର ପ୍ରାଇମେରୀ ଭାକ୍ସିନେସନରେ ଦିଆଯାଇଥିବା ଟିକା ଡୋଜ ବଦଳେ ଅନ୍ୟ ଏକ ଟିକାକୁ ବୁଷ୍ଟରଡୋଜ ଭାବେ ମଞ୍ଜୁର କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଭାରତର ପ୍ରଥମ ସ୍ୱଦେଶୀ ଆରବିଡି ପ୍ରୋଟିନ ସବୟୁନିଟ୍ ‘କୋର୍ବେଭାକ୍ସ’ ଟିକାକୁ ଦେଶରେ ୧୨ରୁ ୧୪ ବର୍ଷର ପିଲାଙ୍କ ଟିକାକରଣରେ ଉପଯୋଗ କରାଯାଉଛି। ଏହି ଟିକାର ମଞ୍ଜୁରୀ ଲାଗି ଜୁଲାଇ ୨୦ ତାରିଖ ଦିନ ହୋଇଥିବା ବୈଠକରେ କୋଭିସିଲ୍ଡ ଅଥବା କୋଭାକ୍ସିନର ଦୁଇଟି ଡୋଜ ନେଇଥିବା ୧୮ରୁ ୮୦ ବର୍ଷ ବୟସ୍କଙ୍କ ଲୋକଙ୍କୁ କୋର୍ବେଭାକ୍ସ ଟିକା ତୃତୀୟ ଡୋଜ ଭାବେ ଦିଆଯାଇପାରିବ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଭାରତରେ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଜୁନ ୪ ତାରିଖ ଦିନ ୧୮ ବର୍ଷ ଅଥବା ଏହାଠୁ ଅଧିକ ଆୟୁବର୍ଗର ଲୋକଙ୍କୁ ତୃତୀୟ ଡୋଜ ଭାବେ କୋର୍ବେଭାକ୍ସ ଟିକାକରଣ ଲାଗି ଅନୁମତି ଦେଇଛନ୍ତି। ବାୟୋଲଜିକାଲ-ଇ ଡିସିଜିଆଇଙ୍କ ନିକଟରେ ତାଙ୍କର ପରୀକ୍ଷଣ ତଥ୍ୟ ଉପସ୍ଥାପନ କରିଥିଲେ। ହେଟ୍ରୋଲୋଗସ୍ ବିଶେଷଜ୍ଞ କମିଟିଙ୍କ ବିସ୍ତୃତ ବିଚାରବିମର୍ଷ ଓ ମୂଲ୍ୟାୟନ ପରେ ଟିକା ଲାଗି ସେମାନଙ୍କ ମଞ୍ଜୁରୀ ପ୍ରଦାନ କରିଛନ୍ତି।

   Related Posts