କେନ୍ଦ୍ର ସରକାର ଘୋଷଣା କଲେ ପଦ୍ମ ପୁରସ୍କାର ୨୦୨୩: ପଦ୍ମଶ୍ରୀ ତାଲିକାରେ ୪ ଓଡ଼ିଆ ସାମିଲ୍
25/01/2023 at 10:10 PM

ନୂଆଦିଲ୍ଲୀ I ଭୁବନେଶ୍ୱର ୨୫/୦୧: ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ଘୋଷଣା ହୋଇଛି ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ପୁରସ୍କାର। ସମାଜର ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ଚଳିତ ଥର ୧୦୬ ଜଣକୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ। ଯେଉଁଥିରେ ୯୧ ଜଣକୁ ପଦ୍ମଶ୍ରୀ, ୬ ଜଣକ ପଦ୍ମ ବିଭୂଷଣ ଏବଂ ୯ ଜଣକୁ ପଦ୍ମଭୂଷଣ ଘୋଷଣା କରାଯାଇଛି। ପୁରସ୍କାର ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୯ ମହିଳା ୧୯ ବିଦେଶୀ/ଏନଆାରଆଇ/ପିଆଇଓ/ଓସିଆଇ ଶ୍ରେଣୀରେ ୨ ଜଣ ଏବଂ ୭ ମରଣୋତ୍ତର ପୁରସ୍କାର ତାଲିକାରେ ରହିଛନ୍ତି।
ମୋଟ୍ ୯୧ ଜଣଙ୍କ ମଧ୍ୟରୁ ୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। କଳା କ୍ଷେତ୍ରରେ ଉଲ୍ଲେଖତନୀୟ ଅବଦାନ ପାଇଁ କ୍ରୀଷ୍ଣା ପଟେଲ୍ ଓ ମାଗୁଣିଚରଣ କୁଅଁରଙ୍କୁ ମିଳିଥିବା ବେଳେ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା ବେଳେ କୃଷି କ୍ଷେତ୍ରରେ ପଟ୍ଟାୟତ ସାହୁ ଏବଂ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଶ୍ରୀ ଅନ୍ତର୍ଯାମି ମିଶ୍ରଙ୍କ ନାଁ ଘୋଷଣା କରାଯାଇଛି।