oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚୀନ୍‌ର ଓମିକ୍ରନ ମୁକାବିଲା ଲଢ଼େଇରେ ପୁଣି ଲକ୍ଷଲକ୍ଷ ଲୋକ ଗୃହବନ୍ଦୀ, ଲକଡାଉନରେ ଏନିୟାଙ୍ଗ ସହର

11/01/2022 at 3:48 PM

ବେଜିଂ ୧୧।୧: କେନ୍ଦ୍ରୀୟ ଚୀନ୍‌ର ଏନିୟାଙ୍ଗ ସହରରେ କରୋନା ଓମିକ୍ରନ ଭାରିଏଣ୍ଟର ପ୍ରସାର ରୋକିବା ଲାଗି ଲୋକେ ଏକ ନୂତନ ଲକଡାଉନକୁ ଯାଇଛନ୍ତି। ଏହି ସହରର ଜନ ସଂଖ୍ୟା ପ୍ରାୟ ୫ ଲକ୍ଷ ଭୂତାଣୁ ତୀବ୍ର ବ୍ୟାପୁଥିବାରୁ ଲୋକେ କଟକଣା ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି। ଏହା ପୂର୍ବରୁ ଗତ ଡିସେମ୍ବର ଶେଷ ସପ୍ତାହରେ ଜି ଆନ ସିଟିରେ କଡ଼ାକଡ଼ି ଲକଡାଉନ ଜାରି ହୋଇଥିଲା। ଏହି ସହରରେ ବସବାସ କରୁଥିବା ୧୩ ନିୟୁତ ଲୋକେ ଘରେ କବାଟ କିଳି ରହିବାକୁ ବାଧ୍ୟ ହୋଇଥିଲେ।

ଆଗକୁ ଦେଶରେ ୱିଣ୍ଟର ଅଲିମ୍ପିକ ଅନୁଷ୍ଠିତ ହେବ। ଏଣୁ ସେତେବେଳ ସୁଦ୍ଧା ଦେଶ ଭୂତାଣୁ ଶୂନ୍ୟ ହେବା ଜରୁରି। ଏଣୁ ପ୍ରଶାସନ ଭୂତାଣୁ ସମ୍ପର୍କରେ ସୂଚନା ମିଳିବାମାତ୍ରେ ତୁରନ୍ତ ପଦକ୍ଷେପ ନେଉଛନ୍ତି। ୨୦୨୨ ୱିଣ୍ଟର ଅଲିମ୍ପିକର ଚୀନ୍‌ ଆୟୋଜକ ଦେଶ। ଏଥିରେ କରୋନା ଏବେ ଚୀନ୍‌ ଲାଗି ସମସ୍ୟା ପାଲଟିଛି। ଏମିତିରେ ଚୀନ୍‌ରୁ ବିଶ୍ୱକୁ କରୋନା ବ୍ୟାପିଥିବା ବେଳେ ଭୂତାଣୁରେ ବାରମ୍ବାର ଉତ୍ପରିବର୍ତ୍ତନ ଏହା  ଏପର୍ଯ୍ୟନ୍ତ ନିୟନ୍ତ୍ରିତ  ହୋଇ ପାରିନାହିଁ। ଗତ ଡିସେମ୍ବର ୧୩ ତାରିଖ ଦିନ ଉତ୍ତର ଚୀନ୍‌ ତିଆନଜିନ୍‌ରେ ପ୍ରଥମ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତୁରନ୍ତ ପଦକ୍ଷେପ ନିଆଯାଇଥିଲେ ବି ଭୂତାଣୁର ପ୍ରସାର ବଢି ଚାଲିଛି।

ଭୂତାଣୁର ଓମିକ୍ରନ ଭାରିଏଣ୍ଟକୁ ପ୍ରଥମେ ଦକ୍ଷିଣ ଆଫ୍ରିକା ଚିହ୍ନଟ କରିଥିଲା। ସେବେଠାରୁ ଏହା ବ୍ୟାପିବାକୁ ଲାଗିଥିବା ବେଳେ ସାରା ବିଶ୍ୱରେ ଆତଙ୍କ ରଚିଛି। ଏଥିରୁ ଏବେ ଚୀନ୍‌ ମଧ୍ୟ ବାଦ ପଡିନି।  ଭୂତାଣୁର ଏହି ପ୍ରକାର ଅଧିକ ସଂକ୍ରାମକ। ଏଣୁ ଦିନକୁ ଦୁଇଗୁଣା ରାତିକୁ ୪ ଗୁଣା ହାରରେ ବଢୁଥିବା ସଂକ୍ରମଣ ଚୀନ୍‌ ଅଲିମ୍ପିକ ଉପରେ ପ୍ରଶ୍ନବାଚୀ  ଲଗାଇଛି। ତେବେ ଦେଶରେ ଓମିକ୍ରନ ଭୂତାଣୁର ପ୍ରସାର ପରେ ବି ଜିନପିଙ୍ଗ ସରକାର ଓ ପ୍ରଶାସନ ଜିରୋ ଭାଇରସ୍ ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି।

କରୋନା ପ୍ରସାରରେ ଏବେ ଚୀନ୍‌ କଡା ପଦକ୍ଷେପ ଗ୍ରହଣ କରୁଛି। ଏଥିରେ ଅତ୍ୟନ୍ତ ଆବଶ୍ୟକତାରେ କେବଳ ପରିବାରର ଜଣେ ସଦସ୍ୟଙ୍କୁ ଘରୁ ବାହାରକୁ ଯିବାକୁ ଅନୁମତି ଦିଆଯାଉଛି। ୨୦୧୯ ମସିହାରେ ଦେଶରେ ପ୍ରଥମ କରୋନା ସଂକ୍ରମଣ ପରଠାରୁ ଲଗାତାର ଭୂତାଣୁର ପ୍ରସାର ଜାରି ରହିଛି। ତେବେ ସରକାର ପ୍ରତି ଥର ଭୂତାଣୁ ପ୍ରସାରର କଡା ମୁକାବିଲା କରୁଥିବା ବେଳେ ଅଲିମ୍ପିକ୍ ଆୟୋଜନ ଲାଗି ଏବେ ଭୂତାଣୁ ଚାଲେଞ୍ଜ ପାଲଟିଯାଇଛି।

   Related Posts