krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କମୁଛି ପରିବା ଦର, ମୁଦ୍ରାସ୍ଫୀତିକୁ ନେଇ ସଜାଗ ରହିଛି କେନ୍ଦ୍ରୀୟ ବ୍ୟାଙ୍କ୍‌: ଆରବିଆଇ ଗଭର୍ଣ୍ଣର

5/09/2023 at 7:23 PM

RBI Governor Shaktikanta Das

ନୂଆଦିଲ୍ଲୀ: କମୁଛି ପନିପରିବା ଦର। ମୁଦ୍ରାସ୍ଫୀତି ଉପରେ ରଖାଯାଇଛି ନଜର। ମଙ୍ଗଳବାର ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନୋମିକ୍ସର ଡାଇମଣ୍ଡ ଜୁବଲୀରେ ସମ୍ବୋଧନ କରିବା ଅବସରରେ ଏହି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଆରବିଆଇ ଗଭର୍ଣ୍ଣର କହିଛନ୍ତି ଦରବୃଦ୍ଧିର ଦ୍ବିତୀୟ ପର୍ଯ୍ୟାୟରେ ପ୍ରଭାବକୁ ନେଇ ସେଣ୍ଟ୍ରାଲ ବ୍ୟାଙ୍କ୍‌ ସଂପୂର୍ଣ୍ଣ ଭାବରେ ସଜାଗ ରହିଛି। ଜୁଲାଇରେ ତେଲ ଦର ବୃଦ୍ଧି ଯୋଗୁଁ ପନିପରିବାର ଖୁଚୁରା ମୁଦ୍ରାସ୍ଫୀତି ୭.୪୪ ପ୍ରତିଶତ ହୋଇଥିଲା କିନ୍ତୁ ଏବେ ପନିପରିବା ଦାମ୍‌ରେ ହ୍ରାସ ହେଉଛି। ସେ ଆହୁରି କହିଛନ୍ତି ଦରବୃଦ୍ଧିକୁ ୪ ପ୍ରତିଶତକୁ ଆଣିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି।

ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେତେବେଳେ ଦରବୃଦ୍ଧି କମ୍ ଏବଂ ସ୍ଥାୟୀ ଥିଲା ସେତବେଳେ ଲୋକ ଏବଂ ବ୍ୟବସାୟୀଙ୍କୁ ଦୀର୍ଘ ଅବଧି ପାଇଁ ସଞ୍ଚୟ ଏବଂ ନିବେଶ ପାଇଁ ବହୁତ ଅବସର ମିଳିଥିଲା। କିନ୍ତୁ ଆବଶ୍ୟକୀୟ ବସ୍ତୁର ଯୋଗାଣରେ ଏବେ ଲଗାତାର ଝଟକା ଦେଖିବାକୁ ମିଳୁଛି। ଫଳରେ ଦରବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ ଏହାର ଯୋଜନାରେ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି।

ଆହୁରି ପଢ଼ନ୍ତୁ: ଜୁଲାଇରେ ଲମ୍ବା ଲମ୍ଫ; ୧୫ ମାସରେ ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି, ଦର ବୃଦ୍ଧି ମୁଖ୍ୟ କାରଣ

ସେହିପରି ଆରବିଆଇ ମନିଟାରୀ ପଲିସିକୁ ନେଇ ଗଭର୍ଣ୍ଣର କହିଛନ୍ତି ଯେ, ଏହାକୁ ସବୁବେଳେ ଭବିଷ୍ୟକୁ ଦେଖି ପ୍ରସ୍ତୁତ କରିବା ଦରକାର। ଦରବୃଦ୍ଧି ଉପରେ ଲଗାମ ଲଗାଇବାକୁ ପାଇଁ ୨୦୨୨ ମେ ପରଠାରୁ ଆରବିଆଇ ରେପୋ ରେଟ୍‌ରେ ୨୫୦ ବେସିସ୍‌ ପଏଣ୍ଟ ବଢ଼ାଇଛି। ଏବେବି ଭାରତର ବ୍ୟାଙ୍କିଂ କ୍ଷେତ୍ର କ୍ୟାପିଟାଲ ରେସିଓରେ ସୁଧାର, ଉତ୍ତମ ଆସେଟ କ୍ବାଲିଟି ଏବଂ ଲାଭରେ ବୃଦ୍ଧି ଯୋଗୁଁ ସଂଘର୍ଷ ଏବଂ ମଜବୁତ ସ୍ତରରେ ରହିଛି।

୨୦୨୩ ଅଗଷ୍ଟ ୧୦ରେ ଆରବିଆଇ ମନିଟାରୀ ପଲିସି ବୈଠକର ଫଳାଫଳ ଘୋଷଣା କରିଥିଲେ। ଯେଉଁଥିରେ ପଲିସି ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇନଥିଲା। କିନ୍ତୁ ଏହା ପରେ ଖୁଚୁରା ମୁଦ୍ରାସ୍ଫୀତି ଦରର ଯେଉଁ ତଥ୍ୟ ଘୋଷଣା କରାଯାଇଥିଲା, ସେଥିରେ ଦରବୃଦ୍ଧି ୭.୪୪ ପ୍ରତିଶତରେ ପହଞ୍ଚିଥିବାବେଳେ ଖାଉଟି ମୁଦ୍ରାସ୍ଫୀତି ୧୧.୫୧ ପ୍ରତିଶତ ରହିଥିଲା।

ଆହୁରି ପଢ଼ନ୍ତୁ: ଜାରି ହେଲା ନୂଆ ପଲିସି, ରେପୋ ରେଟ୍‌ ଅପରିବର୍ତ୍ତିତ, RBIର ଦାବି ଭାରତ ହେବ ବିଶ୍ୱର ଅଭିବୃଦ୍ଧି ଇଞ୍ଜିନ

   Related Posts