ଭୁବନେଶ୍ୱର ୦୨।୦୩ : ୨୦୨୪ ନିର୍ବାଚନୀ ପ୍ରସ୍ତୁତି । ଓଡିଶା ଆସୁଛନ୍ତି ସେଣ୍ଟ୍ରୋଲ ଆମର୍ଡ ପୋଲିସ ଫୋର୍ସ । ନିର୍ବାଚନ ପୂର୍ବରୁ ୭୫ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ ବୋଲି କହିଛନ୍ତି ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ।
ସେ ଆହୁରି ମଧ୍ୟ କରିଛନ୍ତି ଯେ, ଓଡିଶାକୁ ମୋଟ ୭୫ ପ୍ଲାଟୁନ ଫୋର୍ସକୁ ପର୍ଯ୍ୟାୟ କ୍ରମେ ଆସିବେ । ଶନିବାର ଦିନ ପ୍ରାଥମିକ ପର୍ଯ୍ୟାୟରେ ୧୫ ପ୍ଲାଟୁନ ଫୋର୍ସ ପହଞ୍ଚିବେ । ଏହାପରେ ୨ୟ ପର୍ଯ୍ୟାୟରେ ପହଞ୍ଚିବେ ୬୦ ପ୍ଲାଟୁନ ଫୋର୍ସ । ସମସ୍ତ ଫୋର୍ସକୁ ଗଞ୍ଜାମ, ସମ୍ବଲପୁର, ଅନୁଗୁଳ ପ୍ରଥମେ ଗସ୍ତ କରିବାର ସମ୍ଭାବନା ରହିଛି । ତେବେ ପରିସ୍ଥିତି ଅନୁଯାୟୀ ଫୋର୍ସ ସଂଖ୍ୟା ଆହୁରି ବଢ଼ିପାରେ । ନିର୍ବାଚନ କମିଶନଙ୍କ ଆବଶ୍ୟକତା ମୁତାବକ ନିୟୋଜିତ ହେବେ ଫୋର୍ସ । ଶୁକ୍ରବାର ପଶ୍ଚିମବଙ୍ଗ ଯାଇଥିଲା ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ ।
ସୂଚନାଯୋଗ୍ୟ ଯେ, ଆସନ୍ତା କିଛି ଦିନ ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ ଏବଂ କିଛି ରାଜ୍ୟରେ ବିଧାନସଭା ନିର୍ବାଚନୀ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନର । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏହିକ୍ରମରେ ବିଭିନ୍ନ ରାଜ୍ୟକୁ ନିର୍ବାଚନ କମିଶନରଙ୍କ ସଦସ୍ୟ ପଠାଯାଇଛି । ସେଠାରେ ପରିସ୍ଥିତି ତଦାରଖ କରି ନିର୍ବାଚନ କମିଶନରଙ୍କୁ ରିପୋର୍ଟ ମଧ୍ୟ ଦେଉଛନ୍ତି ।
wp:embed {"url":"https://www.prameyanews7.com/why-was-aamir-amitabh-poor-at-isha-ambanis-wedding-abhishek-revealed/","type":"wp-embed","providerNameSlug":"prameya-news-7"}