Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦୁର୍ଘଟଣା ସ୍ଥଳ ପରିଦର୍ଶନ କଲେ ଗୃହ ମନ୍ତ୍ରଣାଳୟର ଟିମ୍‌; କେନ୍ଦ୍ର ସରକାରଙ୍କୁ ଦେବେ ରିଭିଉ ରିପୋର୍ଟ

4/06/2023 at 10:50 PM

ସୋର ୦୪/୦୬: ବାହାନଗା ରେଳ ଦୁର୍ଘଟଣା ସ୍ଥଳରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ୫ ଜଣିଆ ଟିମ୍। ଡ ଅନିଲ କୁମାର ଗୁପ୍ତାଙ୍କ ନେତୃତ୍ୱରେ ଟିମ୍ ଆସି ଦୁର୍ଘଟଣାର ପ୍ରକୃତ କାରଣ ଖୋଜୁଛନ୍ତି। ଏହାପରେ ସେମାନେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦାଖଲ କରିବେ। ଏହି ଦୁର୍ଘଟଣାକୁ ଉଦାହରଣ ଭାବେ ନିଆଯିବ ବୋଲି କହିଲେ ଟିମ୍ ମୁଖ୍ୟ।

ଏହି ଘଟଣା ରୁ ଅନେକ ଶିଖିବାକୁ ମିଳିଛି, ଜନ ସଂଖ୍ୟା ବୃଦ୍ଧି ହେଉଛି, ନିୟମିତ ଭାବେ ଯେଉଁ ରେଳ ଚଳାଚଳ ହେଉଛି ତାହା କମା ଯାଇପାରିବ ନାହିଁ। କିନ୍ତୁ ସୁରକ୍ଷାକୁ ଆହୁରି ସୁନିଶ୍ଚିତ କରାଯିବା ଉଚିତ। ସେ ଦିଗରେ ଏହି ଟିମ୍ ଗବେଷଣା କରୁଛି ବୋଲି କହିଛନ୍ତି। ଯଦି ଛୋଟ ଭୁଲ ପାଇଁ ଏପରି ବଡ ଦୁର୍ଘଟଣା ଘଟୁଛି ତେବେ ସେହି କାରଣ ଖୋଜି ବାହାର କରିବାକୁ ପଡ଼ିବ। ସିଭିଲ ଇଞ୍ଜିନିୟରିଂ, ଟେକ୍ନିକାଲ ସେକ୍ଟର କିପରି ଆହୁରି ସସକ୍ତ ହେବ ସେନେଇ ଟିମ୍ ଗୁରୁତ୍ଵପୂର୍ଣ୍ଣ ଲିଖିତ ମତାମତ ଦେବ ବୋଲି ଜଣାପଡ଼ିଛି।

   Related Posts