Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ହିଣ୍ଡନବର୍ଗ-ଆଦାନୀ ମାମଲାରେ କମିଟି ଗଠନ କରିବାକୁ ପ୍ରସ୍ତୁତ କେନ୍ଦ୍ର, ପଠାଇବେ ବିଶେଷଜ୍ଞଙ୍କ ନାମ

13/02/2023 at 6:27 PM

ନୂଆଦିଲ୍ଳୀ, ୧୩/୦୨: ହିଣ୍ଡନବର୍ଗ-ଆଦାନୀ ପ୍ରସଙ୍ଗରେ ବିଶେଷଜ୍ଞ କମିଟି ଗଠନ କରିବାକୁ ରାଜି ହୋଇଛନ୍ତି କେନ୍ଦ୍ର ସରକାର। ସୁପ୍ରିମକୋର୍ଟଙ୍କୁ ବିଶେଷଜ୍ଞ ସମିତି ସ୍ଥାପିତ କରିବା ପ୍ରସ୍ତାବ ଉପରେ କୌଣସି ଆପତ୍ତି ନଥିବା କହିଛନ୍ତି କେନ୍ଦ୍ର। ଏହା ସହ ସୁପ୍ରିମକୋର୍ଟଙ୍କୁ ମୁଦା ଲଫାଫାରେ ପ୍ରସ୍ତାବିତ କମିଟି ପାଇଁ ବିଶେଷଜ୍ଞଙ୍କ ନାମ ମଧ୍ୟ ଦେବେ। ସରକାର ସୁପ୍ରିମକୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ସେବି, ଅନ୍ୟ ନିୟାମକ ସ୍ଥିତି ସହ ଲଢ଼ିବା ପାଇଁ ପ୍ରସ୍ତୁତ।

ଏହା ପୂର୍ବରୁ ସୁପ୍ରିମକୋର୍ଟ ଶୁକ୍ରବାର କହିଥିଲେ ଯେ ଏହାକୁ ସୁନିଶ୍ଚିତ କରିବା ପାଇଁ ଏକ ରେଗୁଲେଟୋରୀ ପ୍ରଣାଳୀ(ନିୟାମକ ତନ୍ତ୍ର) ହେବା ଦରକାର ଯାହାଦ୍ବାରା ଶେୟାର ବଜାରରେ ଭାରତୀୟ ନିବେଶକଙ୍କ ହିତର ରକ୍ଷା ହେବ। ଅଦାଲତ ନିୟାମକ ତନ୍ତ୍ରକୁ ମଜବୁତ କରିବା ପାଇଁ କେନ୍ଦ୍ରରୁ ଜଣେ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ କ୍ଷେତ୍ରରେ ବିଶେଷଜ୍ଞଙ୍କ ଏକ କମିଟି ଗଠନ କରିବା ଉପ​ରେ କହିଥିଲେ।

ପ୍ରକୃତରେ ଓକିଲ ବିଶାଲ ତିଓ୍ବାରୀଙ୍କ ତରଫରୁ ଏକ ଜନହିତ ମାମଲା ଦାୟର ହୋଇଥିଲା। ଯାଚିକାରେ ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କ ନିରୀକ୍ଷଣରେ ସମିତି ଗଠିନ କରି ହିଣ୍ଡନବର୍ଗ ରିସର୍ଚ୍ଚର ଯାଞ୍ଚ କରିବା ପାଇଁ କେନ୍ଦ୍ରକୁ ନିର୍ଦେ୍ଦଶ ଦେବାକୁ କୁହାଯାଇଥିଲା। ରିପୋର୍ଟରେ ଗୌତମ ଆଦାନୀଙ୍କ ନେତୃତ୍ବାଧୀନ ସମୂହର କମ୍ପାନୀଙ୍କ ବିରୋଧରେ ଅନେକ ଅଭିଯୋଗ ଲଗାଯାଇଥିଲା।

ସେହିପରି ଓକିଲ ଏମ.ଏଲ ଶର୍ମା ଅନ୍ୟ ଏକ ଯାଚିକା ଦାୟର କରିଥିଲେ। ଏଥିରେ ଆମେରିକାର ‘ହିଣ୍ଡନବର୍ଗ ରିସର୍ଚ୍ଚ’ ର ନାଥନ ଆଣ୍ଡରସନଙ୍କ ବିରୋଧରେ ନିର୍ଦେ୍ଦାଷ ନିବେଶକଙ୍କ ଶୋଷଣ କରିବା ଏବଂ ଆଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟକୁ କୃତ୍ରିମ ଭାବରେ ଖସାଇବା ପାଇଁ ମୋକଦ୍ଦମା କରାଯିବା ନେଇ ଦାବି କରାଯାଇଥିଲା। ଶର୍ମା ‘ଶର୍ଟ ସେଲିଂ’ କୁ ନିବେଶକଙ୍କ ବିରୋଧରେ ଅପରାଧ ଘୋଷଣା କରିବାର ନିର୍ଦେ୍ଦଶ ଦେବା ପାଇଁ ଦାବି କରିଥିଲେ। ଯାହାଦ୍ବାରା ସେବି ଏବଂ ଭାରତୀୟ ଦଣ୍ଡ ସଂହିତାର ଧାରା ୪୨୦ ଅନୁଯାୟୀ ଅପରାଧ ଘୋଷଣା କରାଯାଉ।

‘ହିଣ୍ଡନବର୍ଗ ରିସର୍ଚ୍ଚ’ ରେ ଆଦାନୀ ଗ୍ରୁପ୍‌ ଉପରେ ମିଥ୍ୟା ନେଣ-ଦେଣ ଏବଂ ଶେୟାରର ଦାମ୍‌ରେ ହେରାଫେରି ସହ ଅନେକ ଗୁରୁତର ଅଭିଯୋଗ ଲଗାଯାଇଥିଲା। ଏହାପରେ ଗ୍ରୁପ୍‌ର କମ୍ପାନୀ ଶେୟାରର ଦାମ୍‌ରେ ଖୁବ୍ ହ୍ରାସ ଦେଖାଯାଇଥିଲା। ଆଦାନୀ ଗ୍ରୁପ୍‌ ସବୁ ଅଭିଯୋଗକୁ ଖାରଜ କରି କହିଥିଲେ ଯେ ସେ ସବୁ ଆଇନ୍‌ ଏବଂ ସୂଚନା ସାର୍ବଜନିକ କରିବା ସମ୍ବନ୍ଧୀୟ ନୀତି ପାଳନ କରୁଛି।

   Related Posts