ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

କୋର୍ବେଭାକ୍ସ ଟିକାର ୫ କୋଟି ଡୋଜ କିଣିବା ପାଇଁ ଅର୍ଡର ଦେଲେ ସରକାର, ଡୋଜ ପିଛା ମୂଲ୍ୟ…

5/02/2022 at 9:46 PM

ନୂଆଦଲ୍ଲୀ,୦୫।୦୨:  କେନ୍ଦ୍ର ସରକାର କରୋନା ଟିକା କୋର୍ବେଭାକ୍ସର ୫ କୋଟି ଡୋଜ କିଣିବା ପାଇଁ ଅର୍ଡର ଦେଇଛନ୍ତି। ଟିକା ନିର୍ମାତା କମ୍ପାନୀ ବାୟୋଲଜିକାଲ-ଇ ଠାରୁ ପ୍ରତି ଡୋଜକୁ ୧୪୫ (ଟ୍ୟାକ୍ସକୁ ଛାଡି) ଟଙ୍କାରେ କିଣିବେ ସରକାର। ସରକାରୀ ତଥ୍ୟ ଅନୁସାରେ ଏହି ଟିକା କେଉଁ ବର୍ଗର ଲୋକଙ୍କୁ ଦିଆଯିବ ସେନେଇ ସରକାର ସ୍ଥିର କରିବେ। ବୈଷୟିକ କମିଟି ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମଧ୍ୟରେ ବୁଷ୍ଟର ଡୋଜର ପରିସୀମା ବୃଦ୍ଧି କରିବାକୁ ଯୋଜନା କରାଯାଉଛି । ବର୍ତ୍ତମାନ ସ୍ୱାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କ ଏବଂ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ ଦିଆଯାଉଛି।

ଜାନୁଆରୀ ଶେଷ ସୁଦ୍ଧା ଟିକା ଉପଲବ୍ଧ କରାଇବା ପାଇଁ ଅର୍ଡର ଜାରି କରାଯାଇଥିଲା। ଅର୍ଡର ଅନୁଯାୟୀ ହାଇଦ୍ରାବାଦ ସ୍ଥିତ କମ୍ପାନୀ ଫେବ୍ରୁଆରୀରେ ସପ୍ଲାଇ ଆରମ୍ଭ କରିବାକୁ ଆଶା ରଖିଛି। କ୍ରୟ ଆଦେଶ ଅନୁସାରେ, ଦୁଇ ଜୁନ ୨୦୨୧ରେ ବାୟୋଲଜିକାଲ-ଇ ଠାରୁ କୋର୍ବେଭାକ୍ସ କିଣିବା ପାଇଁ ସରକାର ଅଗ୍ରୀମ ଆକାରରେ ୧୫୦୦ କୋଟି ଟଙ୍କା ଦେଇଛନ୍ତି ।

ସରକାର ସଂସଦରେ କହିଛନ୍ତି, କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ ଏବଂ ୧୫ରୁ ବର୍ଷକୁ କମ ପିଲାଙ୍କ ଭ୍ୟାକ୍ସିନ ଏବଂ ଲାଭାର୍ଥୀଙ୍କ ତାଲିକାର ବିସ୍ତାର ସମ୍ପର୍କରେ ଯେକୌଣସି ନିଷ୍ପତ୍ତି ବୈଜ୍ଞାନିକ ସମୀକ୍ଷା ଏବଂ NTAGIର ପରମର୍ଶକ୍ରମେ ଗ୍ରହଣ କରାଯିବ।

   Related Posts