ମମତା ବାନାର୍ଜୀଙ୍କ ଭଳି ନୁହଁନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ- କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ

Published By : Prameya-News7 Bureau | January 10, 2020 IST

ବ୍ରହ୍ମପୁର ୧୦।୦୧: ବ୍ରହ୍ମପୁରରେ ବିଜେପିର CAA ସମର୍ଥନ ରାଲି । ନାଗରିକତା ସଂଶୋଧନ ଆଇନ- CAA ଉପରେ ଲୋକଙ୍କୁ ବୁଝାଇବାକୁ ବିଜେପି ପକ୍ଷରୁ ବିଶାଳ ସଚେତନତା ରାଲି କରାଯାଇଛି ବ୍ରହ୍ମପୁରରେ । ଏଥିରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଭୁୟସି ପ୍ରଶଂସା କରିଥିଲେ। ଯାହାକି ରାଜ୍ୟର ବିଜେପି ନେତାଙ୍କ ପାଇଁ କିଛି ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା।

{"id":209593,"sizeSlug":"large"}

ମମତା ବାନାର୍ଜୀଙ୍କ ଭଳି ନୁହଁନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଶାନ୍ତ ଆଉ ଭଲ ନେତା । ନାଗରିକତା ସଂଶୋଧନ ଆଇନ- CAA ଉପରେ ବିଜେପି ପକ୍ଷରୁ ବ୍ରହ୍ମପୁରରେ ଆୟୋଜିତ ସଚେତନତା ରାଲିରେ ଯୋଗଦେଇ ଏଭଳି ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ । ବାବୁଲ ସୁପ୍ରୟୋ କହିଛନ୍ତି ମମତା ସବୁ ପ୍ରସଙ୍ଗରେ ରାଜରାସ୍ତାକୁ ଆସି ହୋ ହଲ୍ଲା କରିବା ସାଧାରଣ କଥା ପାଲଟିଲାଣି । କିନ୍ତୁ ନବୀନ ସେମିତି ନୁହନ୍ତି।

{"id":209594,"sizeSlug":"large"}

କଥା ହେଲା ସିଏଏ ପାଇଁ ବିଜେପି ଜନଜାଗରଣ ଅଭିଯାନ କରୁଛି। କେନ୍ଦ୍ରର ନେତାମାନେ ରାଜ୍ୟର ନେତାଙ୍କ ସହିତ ମିଶି ରାଲି କରୁଛନ୍ତି। ଏହାରି ଭିତରେ ଓଡ଼ିଶାରେ ନିଜର ସଂଗଠନ ସୁଦୃଢ଼ କରିବାକୁ ନଜର ରଖିଛନ୍ତି ରାଜ୍ୟର ବିଜେପି ନେତାଏ। ଆଉ ରାଜ୍ୟର ଆଗଧାଡ଼ିର ନେତାଙ୍କ ସାମ୍ନାରେ ବାବୁଲ ଯେତେବେଳେ ନବୀନଙ୍କ ପ୍ରଶଂସା କରୁଥିଲେ ସେତେବେଳେ ସେଠାରେ ଉପସ୍ଥିତ ବିଜେପି ନେତାଏ ଅବଶ୍ୟ କିଛି କହିନଥିଲେ। ତେବେ ବିଜେଡି ଏଥିରେ ଖୁସି ହେବା ସ୍ବାଭାବିକ।

{"id":209595,"sizeSlug":"large"}

ଶନିବାର ବିଜେପିର CAA ଉପରେ ସମ୍ବଲପୁରରେ ବଡ ଧରଣର  ଜନଜାଗରଣ କାର୍ଯ୍ୟକ୍ରମ ରହିଛି । ସେଥିରେ ଯୋଗଦେବାକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଭୁବନେଶ୍ବରରେ ପହଁଚି ସାରିଛନ୍ତି । ଗିରିରାଜ କଣ କହିବେ ତା ଉପରେ ଏବେ ରହିବ ନଜର।

{"id":209596,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.