ଜନ୍ମ ଓ ମୃତ୍ଯୁ ଆଧାରରେ ପ୍ରସ୍ତୁତ ହେବ ଏନପିଆର ଡାଟା, ଶୀତ ଅଧିବେଶନରେ ବିଲ୍ ପାରିତ କରିପାରନ୍ତି ସରକାର

Published By : Prameya-News7 Bureau | November 27, 2022 IST

ନୂଆଦିଲ୍ଲୀ: ଜନ୍ମ ଓ ମୃତ୍ଯୁ ଡାଟାବେସ୍ ଆଧାରରେ ଅପଡେଟ୍ ହେବ ଏନପିଆର । ଏନେଇ ଶୀତକାଳୀନ ଅଧିବେଶନରେ ସରକାର ବିଲ୍ ଆଣିବା ନେଇ ଚର୍ଚ୍ଚା ହେଉଛି । ଡିସେମ୍ବର ୭ ତାରିଖରୁ ସଂସଦରେ ଆରମ୍ଭ ହେବ ଶୀତ ଅଧବେଶନ । ୧୭ଟି କାର୍ଯ୍ୟଦିବସ ସହ ୨୯ ତାରିଖରେ ଶେଷ ହେବ ଅଧିବେଶନ । ତେବେ ଏହି ଶୀତକାଳୀନ ଅଧିବେଶନର କେନ୍ଦ୍ର ସରକାର ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ଉପରେ ଆଲୋଚନା କରିବା ସହିତ ବିଲ୍ ମଧ୍ୟ ଉପସ୍ଥାପନା କରିବେ ।  

ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ଆଗାମୀ ଶୀତ ଅଧିବେଶନରେ ସଂସଦରେ କିଛି ଗୁରୁତ୍ବପୂର୍ଣ୍ଣ ବିଧେୟକ ଉପସ୍ଥାପନା କରିପାରନ୍ତି । ଏଥିରେ ଜନ୍ମ ଓ ମୃତ୍ୟୁ ଡାଟାବେସ୍ ଆଧାରରେ ଜନସଂଖ୍ୟା ରେଜିଷ୍ଟାର ବା ଏନପିଆର ସଂଶୋଧନ ପାଇଁ ଅନୁମତି ଦେବା ବିଲ୍ ମଧ୍ୟ ରହିଛି । ଏହି ବିଧେୟକ ରେଜିଷ୍ଟାର ଜେନେରାଲ ଅଫ୍ ଇଣ୍ଡିଆକୁ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ରିପୋର୍ଟ ତିଆରି କରିବାକୁ ଅନୁମତି ଦେଇଥାଏ ।

ଏହି ବିଲ୍ ଜରିଆରେ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ଅଧିନିୟମ, 1969ରେ ସଂଶୋଧନ କରିବାକୁ ଦାବି ହୋଇଥିଲା । ଗତ ବର୍ଷ ଅକ୍ଟୋବର ମାସରେ ତିଆରି ହୋଇଥିବା ଡ୍ରାଫ୍ଟ ଉପରେ ସାର୍ବଜନୀନ ଟିପ୍ପଣୀ ଦେବାକୁ ଗୃହ ମନ୍ତ୍ରଣାଳୟ କହିଥିଲା । ଏହା ସହିତ ଏହାକୁ ଭୋଟର କାର୍ଡ, ଆଧାର କାର୍ଡ, ପାସପୋର୍ଟ ଓ ଡ୍ରାଇଭିଂ ଲାଇସେନ୍ସ ସଂଶୋଧନ କରିବାରେ ବ୍ୟବହାର କରାଯିବ ।

ରିପୋର୍ଟ ଅନୁଯାୟୀ, ଏହାକୁ କେନ୍ଦ୍ର ସରକାର ଆଇବିଡି ଅଧିନିୟମ ଧାରା (3-A)ରେ ଯୋଡ଼ିବାକୁ ଚାହୁଁଛନ୍ତି । ରେଜିଷ୍ଟର ଜେନେରାଲ ଭାରତ, ଜାତୀୟ ସ୍ତରରେ ଜନ୍ମ ଓ ମୃତ୍ୟୁ ଡାଟାବେସରେ ତିଆରି ହେବ । ଯାହାର ବ୍ୟବହାର ପାଇଁ ଅନୁମତି ନେବାକୁ ପଡ଼ିଛି ବୋଲି ବିଧେୟକରେ କୁହାଯାଇଛି । ସେହିପରି ଧାରା ୮ରେ ମଧ୍ୟ ସଂଶୋଧନ ପାଇଁ ପ୍ରସ୍ତାବ ଦିଆଯାଇଛି ।

ଆଗାମୀ ଶୀତ ଅଧିବେଶନ ସୁରୁଖୁରୁରେ ଚାଲିବା ପାଇଁ ୬ ଡିସେମ୍ବରରେ ସର୍ବଦଳୀୟ ବୈଠକ ଡାକିଛନ୍ତି ସରକାର । ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ । ସଂସଦରେ ଶୀତକାଳୀନ ଅଧିବେଶନ ଡିସେମ୍ବର ୭ରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୭ଟି କାର୍ଯ୍ୟ ଦିବସରେ କେନ୍ଦ୍ର ସରକାର ବହୁ ଗୁରୁତ୍ବପୂର୍ଣ୍ଣ ବିଧେୟକ ପାରିତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.