ଟିଭି ଚ୍ୟାନେଲଙ୍କ ଅପଲିଙ୍କିଙ୍ଗ, ଡାଉନ ଲିଙ୍କିଙ୍ଗ ଲାଗି ଗାଇଡଲାଇନକୁ ମିଳିଲା କେନ୍ଦ୍ରର ମଞ୍ଜୁରୀ

Published By : Prameya-News7 Bureau | November 09, 2022 IST

ନୂଆଦିଲ୍ଲୀ ୯।୧୧: କେନ୍ଦ୍ର ସରକାର ଟିଭି ଚ୍ୟାନେଲଙ୍କ ଲାଗି ୨୦୨୨ ଗାଇଡ ଲାଇନ ଅନୁପାଳନକୁ ସରଳିକରଣ କରିଛନ୍ତି। ଭାରତରେ ଟିଭି ଚ୍ୟାନେଲଙ୍କ ଅପଲିଙ୍କିଙ୍ଗ ଓ ଡାଉନ ଲିଙ୍କିଙ୍ଗ ଲାଗି ଗାଇଡଲାଇନକୁ  କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଛି। ନୂଆ ଗାଇଡଲାଇନ ଅନୁସାରେ ଏଣିକି ସିଧା ପ୍ରସାରଣ ନିମନ୍ତେ କୌଣସି ପୂର୍ବ ଅନୁମତି ନେବାକୁ ପଡିବ ନାହିଁ। ଏହା ଛଡା ଭାରତୀୟ ଟେଲିପୋର୍ଟ ବିଦେଶୀ ଚ୍ୟାନେଲଙ୍କ ଅପଲିଙ୍କ ମଧ୍ୟ କରିପାରିବେ। ସେହିପରି ଜାତୀୟ ଓ ଜନସ୍ୱାର୍ଥ ସାମଗ୍ରୀ ପ୍ରସାରଣ କରିବା ବାଧ୍ୟତାମୂଳକ କରାଯାଇଛି।

ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସଚିବ ଅପୂର୍ବ ଚନ୍ଦ୍ରା ବୁଧବାର ନୂଆଗାଇଡଲାଇନ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରାୟ ୧୧  ବର୍ଷ ପରେ ନୂଆ ଗାଇଡଲାଇନ ଜାରି କରାଯାଇଛି। ଏଥିଲାଗି କେନ୍ଦ୍ର ମନ୍ତ୍ରୀମଣ୍ଡଳର ମଞ୍ଜୁରୀ ନିଆଯାଇଥିବା ସେ କହିଛନ୍ତି। ଗତ ବର୍ଷମାନଙ୍କରେ ଯେଉଁ ସବୁ ସୁଧାର ହୋଇଛି ଏଥିରେ ବ୍ୟାପାର ଲାଗି ମାର୍ଗ ସୁଗମ କରାଯାଇଛି ବୋଲି ସେ କହିଛନ୍ତି। ତେବେ ଏଥିରେ ଏକ ପ୍ରାବଧାନ ଥିବା ସେ କହିଛନ୍ତି।

ସେ କହିଛନ୍ତି ଯେ ଜାତୀୟ ମହତ୍ୱ ଓ ଜାତୀୟ ହିତ ସମ୍ପର୍କିତ କାର୍ଯ୍ୟକ୍ରମ ଲାଗି ୩୦ ମିନିଟର ସ୍ଲଟ ରହିବା ଆବଶ୍ୟକ। ଏଥିରା ଲାଗି ୭-୮ଟି ଥିମ ମଧ୍ୟ ଦିଆଯାଇଛି। ଯେଉଁଥିରେ ମହିଳା ସଶକ୍ତିକରଣ, କୃଷି, ଅଧ୍ୟାପନ ଆଦିକୁ ଗୁରୁତ୍ୱ ଦିଆଯାଇଥିବା ସଚିବ କହିଛନ୍ତି। ନୂଆ ଗାଇଡଲାଇନରେ ସମସ୍ତଙ୍କୁ ସମାନ ସୁବିଧା ପ୍ରଦାନ ଲାଗି ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.