Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ତୁର୍କୀ-ସିରିୟାରେ ବିନାଶକାରୀ ଭୂକମ୍ପ ପରେ ଶ୍ମଶାନ ଫୁଲ୍, ଶବ ପୋତିବାକୁ ଆଉ ନାହିଁ ଜାଗା

11/02/2023 at 10:59 PM

ନୂଆଦିଲ୍ଲୀ: ତାଜା ଖୋଳା ଯାଇଥିବା କବରରେ ପଥର ଖଣ୍ଡ ରଖାଯାଇଛି। ତା ଉପରେ ମୃତକଙ୍କ ପୋଷାକର ଏକ ଖଣ୍ଡକୁ ରଖାଯାଇଛି। ଯଦ୍ଵାରା ମୃତଦେହର ଚିହ୍ନଟ ହୋଇ ପାରିବ। ଗଳିମାନଙ୍କରେ ପିକଅପ୍‌ ଟ୍ରକର ଲମ୍ବା ଧାଡି ଲାଗି ରହିଛି। ଏଥିରେ ଗଦା ଗଦା ହୋଇଛି ମୃତଦେହ। ଆଉ ଏ ସବୁକୁ କବର ଦେବାକୁ ଲୋକେ ଅପେକ୍ଷାରେ ଅଛନ୍ତି। ଏମିତି ଭାବବିହ୍ଵଳ ଏବଂ ମାର୍ମିକ ଦୃଶ୍ୟ ତୁର୍କୀର ଗାଜିୟାନଟେପ୍‌ ପ୍ରାନ୍ତରେ ସ୍ଥିତ କବରସ୍ଥାନରେ ଦେଖିବାକୁ ମିଳିଛି। ଏଠାରେ ଶବଗୁଡିକୁ କବର ଦେବା ପାଇଁ ଆଉ ଜାଗା ବି ନାହିଁ। ତୁର୍କୀ ଏବଂ ସିରିୟାରେ ଆସିଥିବା ମହାବିନାଶକାରୀ ଭୂକମ୍ପରେ ଏ ପର୍ଯ୍ୟନ୍ତ ୨୪ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି।

ମହାପ୍ରଳୟଙ୍କରୀ ଭୂମିକମ୍ପର ପାଞ୍ଚ ଦିନ ପରେ ମଧ୍ୟ ତୁର୍କୀରେ ସ୍ଥିତିରେ କୌଣସି ସୁଧାର ଆସିନାହିଁ। ଯେମିତି ଯେମିତି ଉଦ୍ଧାରକାର୍ଯ୍ୟ ଆଗକୁ ବଢୁଛି ମୃତ୍ୟୁ ସଂଖ୍ୟା ସେହି ଅନୁସାରେ ବଢିବାରେ ଲାଗିଛି। କବରସ୍ଥାନକୁ ମୃତଦେହ ପହଞ୍ଚିବା ଥମୁନାହିଁ। ମୃତଦେହ ପୋତିବା ପାଇଁ କବରରେ ଜାଗା ବି ମିଳୁନାହିଁ।  ଏଠାରେ ପାଞ୍ଚ ପାଞ୍ଚ ଇନାମକୁ ଏକ ସଙ୍ଗେ କାର୍ଯ୍ୟରେ ନିୟୋଜିତ କରାଯାଇଛି। ସାମୂହିକ ଶବଦାହ ପାଇଁ ପ୍ରୟାସ ଜାରି ରହିଛି। ଥରୁକରେ ୧୦-୧୦  ଶବକୁ ପୋତା ଯାଉଛି। ଏହି କାମ ପାଇଁ ସ୍ଥାନୀୟ ଲୋକଙ୍କ ସହାୟତା ନିଆଯାଉଛି।

ଭୂମିକମ୍ପରେ ବଞ୍ଚି ଯାଇଥିବା ଲୋକଙ୍କ ଜୀବନ ଦିନକୁ ଦିନ ଦୁର୍ବିସହ ହେବାରେ ଲାଗିଛି। ଉତ୍ତର ସିରିୟାରେ ବରଫପାତ ସମୟରେ ଲୋକେ ଟେଣ୍ଟ ତଳେ ରହିବାକୁ ବିବଶ ହୋଇଛନ୍ତି। ଏଠାରେ ଖାଦ୍ୟ ଏବଂ ଅନ୍ୟ ଜରୁରୀ ସାମଗ୍ରୀର ଘୋର ଅଭାବ ଦେଖା ଦେଇଛି। ଏଠାରେ ବହୁତ କମ କାଠ ବଳକା ରହିଛି। ଏହାକୁ  ଜାଳି ହିଁ ଲୋକେ ଶୀତ ଦାଉରୁ ରକ୍ଷା ପାଇବାକୁ ଚେଷ୍ଟା କରୁଛନ୍ତି।

   Related Posts