ବେଡ଼ି ଉପରେ କୋରଡା! ପୁଣି ମହଙ୍ଗା ହେଲା ସିମେଣ୍ଟ, ଜାଣନ୍ତୁ ବସ୍ତା ପିଛା ଏବେ ଦେବାକୁ ହେବ କେତେ ?

Published By : Prameya-News7 Bureau | May 06, 2022 IST

ରାୟପୁର ୬।୫: ଚାହିଦା ନଥିବା ସତ୍ତ୍ୱେ ସିମେଣ୍ଟ ଦର ଲଗାତାର ବଢ଼ିବଢ଼ି ଚାଲିଛି। ବ୍ୟବସାୟୀକ ସୂତ୍ରାନୁସାରେ ୬ ଏପ୍ରିଲ ଶୁକ୍ରବାର ସିମେଣ୍ଟ ବ୍ୟାଗ୍ ପିଛା ମୂଲ୍ୟରେ ଆଉ ୨୦ ଟଙ୍କା ବୃଦ୍ଧି ହୋଇଛି। ଏ ନେଇ କମ୍ପାନୀମାନେ ଡିଲରଙ୍କୁ ପୂର୍ବରୁ ଅବଗତ କରିଥିବା ବେଳେ ଶୁକ୍ରବାରଠାରୁ ନୂଆ ଦରରେ ବିଲିଂ କରିବା ଲାଗି ତାଗିଦ ମଧ୍ୟ କରିଛନ୍ତି। ଏଣୁ ନିର୍ମାଣର ଜୀବନ କୁହାଯାଉଥିବା ସିମେଣ୍ଟ ଏବେ ଆହୁରି ୨୦ ଟଙ୍କା ମହଙ୍ଗା ହୋଇଯିବା ନିଶ୍ଚିତ ହୋଇଯାଇଛି।

{"id":624725,"sizeSlug":"full","linkDestination":"none"}

ସିମେଣ୍ଟ ବ୍ୟାଗ୍ ପିଛା ଏବେ ୩୨୫ ଟଙ୍କାରେ ବିକ୍ରି ହେଉଛି। ଏଥିରେ ନୂଆ ଦର ଲାଗୁ ହେବା ପରେ ପ୍ରତି ବ୍ୟାଗ୍ ସିମେଣ୍ଟ ୩୪୫ଟଙ୍କା ହୋଇଯିବ। ବଜାରରେ ଏବେ ସିମେଣ୍ଟର ଆଦୌ ଚାହିଦା ନାହିଁ। ଏଥିରେ କମ୍ପାନୀମାନଙ୍କ ମୂଲ୍ୟ ବୃଦ୍ଧି ବେପାରୀଙ୍କ ଉପରେ ବେଡି ଉପରେ କୋରଡା ଭଳି ହୋଇଛି। କେବଳ ବ୍ୟବସାୟୀ ନୁହନ୍ତି ଗ୍ରାହକଙ୍କ ଉପରେ ମଧ୍ୟ ଏହି ମହଙ୍ଗାମାଡ଼ ପଡିବ। ଛୋଟମୋଟ ନିର୍ମାଣ କାମ ପାଇଁ ଅଳ୍ପ ସିମେଣ୍ଟ କିଣୁଥିବା ଲୋକଙ୍କୁ ଏବେ ବର୍ଦ୍ଧିତ ମୂଲ୍ୟରେ ସିମେଣ୍ଟ କିଣିବାକୁ ହେବ।

{"id":624726,"width":838,"height":838,"sizeSlug":"full","linkDestination":"none"}

ଅନ୍ୟପଟେ ନିର୍ମାଣ ବଜାରରେ ଏବେ ଛଡ ଦର ସ୍ଥିର ରହିଛି। ଏବେ ଖୁଚୁରା ବଜାରରେ ଛଡ ପ୍ରତିଟନ ୭୪ ହଜାର ଟଙ୍କାରେ କାରବାର ହେଉଛି। କାରଖାନାରୁ ବାହାରୁ ଥିବା ଛଡର ଦର ମଧ୍ୟ ସ୍ଥିର ରହିଛି। ଏବେ କାରଖାନାରୁ ଛଡ ଟନ୍ ପ୍ରତି ୭୧ ହଜାର ଟଙ୍କାରେ  ବାହାରୁଥିବା ବେଳେ ବଜାରରେ କିଣାବିକା ଦର ୭୪ ହଜାର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.