ସ୍ୱାସ୍ଥ୍ୟସେବାର କରୁଣ ଦୃଶ୍ୟ, ହେଲମେଟ୍ ପିନ୍ଧି କାମ କରୁଛନ୍ତି ହସ୍ପିଟାଲ କର୍ମଚାରୀ

Published By : Prameya-News7 Bureau | July 05, 2023 IST

ବଲାଙ୍ଗୀର ୦୫/୦୭: ହେଲମେଟ୍ ପିନ୍ଧି କାମ କରୁଛନ୍ତି ହସ୍ପିଟାଲ କର୍ମଚାରୀ। ହସ୍ପିଟାଲ ଛାତରୁ ସିମେଣ୍ଟ ଅତଡ଼ା ଖସୁଥିବାରୁ ଫାର୍ମାସିଷ୍ଟ ହେଲମେଟ୍ ପିନ୍ଧି ଔଷଧ ବାଣ୍ଟୁଥିବା ଦେଖିବାକୁ ମିଳିଛି।

ଏପରି ଘଟଣା ଘଟିଛି ବଲାଙ୍ଗିର ଧଣ୍ଡାମୁଣ୍ଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ। ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଛାତରୁ ସିମେଣ୍ଟ ଅତଡ଼ା ପଡ଼ୁଥିବା ଦେଖିବାକୁ ମିଳିଛି। ଏଥିଯୋଗୁଁ ସ୍ବାସ୍ଥ୍ୟ କର୍ମଚାରୀ ଓ ରୋଗୀଙ୍କ ମଧ୍ୟରେ ଭୟ ଦେଖାଦେଇଛି। ମଙ୍ଗଳବାର ସକାଳେ କେତେକ ରୋଗୀ ଔଷଧ ବିତରଣ କେନ୍ଦ୍ରରେ ଔଷଧ ନେବା ବେଳକୁ ଛାତରୁ ସିମେଣ୍ଟ ଅତଡ଼ା ଖସିଥିଲା। ହସ୍ପିଟାଲ ଫାର୍ମାସିଷ୍ଟ ଅଳ୍ପକେ ଏଥିରୁ ବର୍ତ୍ତି ଯାଇଥିଲେ।

wp:html /wp:html

ଏଥିଯୋଗୁଁ କିଛି ସମୟ ପାଇଁ ହସ୍ପିଟାଲ ପରିସରରେ ଭୟର ବାତାବରଣ ଦେଖାଦେଇଥିଲା। ଏହାପରେ ଫାର୍ମାସିଷ୍ଟ ସୁମନ୍ତ ନାଏକ ମୁଣ୍ଡରେ ହେଲମେଟ ପିନ୍ଧି ଔଷଧ ବିତରଣ କରୁଥିବା ଦେଖାଯାଇଥିଲା। ସ୍ବାସ୍ଥ୍ୟ କେନ୍ଦ୍ର କୋଠା ପୁରୁଣା ହୋଇଥିବାରୁ ବର୍ଷାପରେ ସିମେଣ୍ଟ ଅତଡ଼ା ଖସୁଛି। ଏନେଇ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଜଣାଯାଇଛି ବୋଲି ସ୍ବାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର ଡାକ୍ତର ବାଳକୃଷ୍ଣ ପୁରୋହିତ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.