ଓଲଟି ପଡିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ଗୁରୁତର

Published By : Prameya-News7 Bureau | August 20, 2021 IST

ସାଲେପୁର, ୨୦|୦୮:   ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ। ସିମେଣ୍ଟ୍ ବୋଝେଇ ଟ୍ରକଟି ଦୁର୍ବଳ ବିରୂପା ନଦୀବନ୍ଧ ରେ  ଓଲଟି ପଡିଛି । ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ହୋଇଥିବା ଜଣାପଡିଛି ।  ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ସୂଚନାନୁସାରେ, କଟକ ଜିଲ୍ଲା ଗୋପିନାଥପୁର ଟାଙ୍ଗୀ ବିରୂପା ନଦୀ ବନ୍ଧ କଡ ସାଇଣ୍ଟୋ ଗ୍ରାମରେ ଏହି ଅଘଟଣ ଘଟିଛି। ଜଗତପୁର ଅଞ୍ଚଳରୁ ସିମେଣ୍ଟ୍ ବୋଝେଇ କରି ବିରୂପା ନଦୀବନ୍ଧାରେ ଗୋପୀନାଥପୁର ଅଭିମୁଖେ ଏହି ଟ୍ରକଟି ଯାଉଥିଲା। ସାଇଣ୍ଟୋ ଠାରେ ଦୁର୍ବଳ ବିରୂପା ନଦୀବନ୍ଧରେ ସିମେଣ୍ଟ ବୋଝେଇ ଟ୍ରକର ଚକ ଦବୀଯିବା ଯୋଗୁ  ଏହା ଓଲଟି ପଡିଥିଲା।

ନଦୀବନ୍ଧରେ ଅହରହ ବାଲି ମାଫିଆମାନେ ବେଧଡକ ଭାବେ ଭାରିଯାନ ଚଳାଉ ଥିବା ବେଳେ ଦିନକୁ ଦିନ ନଦୀବନ୍ଧ ଦୁର୍ବଳ ହୋଇ ପଡୁଛି । ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.