ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ବାଥରୁମରୁ ମିଳିଲା ଟଲିଉଡର ଫେମସ୍ ଫ୍ୟାସନ ଡିଜାଇନରଙ୍କ ମୃତଦେହ, ବଲିଉଡ୍‌ରେ ବି କରିଛନ୍ତି କାମ, ବହୁ ବଡ଼ ସେଲିବ୍ରେଟି ତାଙ୍କ କ୍ଲାଇଣ୍ଟ

11/06/2022 at 8:03 PM

ନୂଆଦିଲ୍ଲୀ: ଆପାର୍ଟମେଣ୍ଟ ବାଥରୁମରୁ ମିଳିଲା ତେଲଗୁ ସିନେମା(ଟଲିଉଡ୍)ର ଫ୍ୟାସନ ଡିଜାଇନର ପ୍ରତ୍ୟୁଷା ଗରିମେଲ୍ଲାଙ୍କ ମୃତଦେହ। ଶନିବାର ହାଇଦ୍ରାବାଦ ବଞ୍ଜାରା ହିଲରେ ଗରିମା ରହୁଥିବା ଆପାର୍ଟମେଣ୍ଟର ବାଥରୁମରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ବାଥରୁମ୍‌ରୁ କାର୍ବମନୋକ୍ସାଇଡ୍ ବୋତଲ ଜବତ ହୋଇଛି। ଏହି ଗ୍ୟାସ ଯୋଗୁ ଗରିମାଲ୍ଲାଙ୍କର ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରୁଛି।

ଏହି ଘଟଣାରେ ପୁଲିସ ସନ୍ଦେହଜନକ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରତ୍ୟୁଷାଙ୍କ ପରିବାର ଲୋକ ଓ ତାଙ୍କ ବନ୍ଧୁବର୍ଗଙ୍କୁ ତାଙ୍କ ମୃତ୍ୟୁ ନେଇ ଖବର କରିଦିଆଯାଇଛି। ପ୍ରତ୍ୟୁଷା ମାନସିକ ଚାପରେ ଥିଲେ ବୋଲି କୁହାଯାଉଥିବା ବେଳେ ପୁଲିସ ତାଙ୍କ ମୃତଦେହ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ଉସମାନିଆ ହସ୍ପିଟାଲକୁ ପଠାଇଛି। ମାମଲାର ତଦନ୍ତ ଜାରି ରହିଛି।

ସୂଚନା ଥାଉକି ପ୍ରତ୍ୟୁଷା ଆମେରିକାରେ ଫ୍ୟାସନ ଡିଜାଇନ୍‌ ଉପରେ ପାଠ ପଢ଼ିବା ପରେ ହାଇଦ୍ରାବାଦରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ତେବେ ୨୦୧୩ରେ ସେ ସଫଳତା ପାଇଥିଲେ। ସେ ଅନେକ ତାମିଲ କଳାକାରଙ୍କ ସହ କାମ କରିଛନ୍ତି। ବଲିଉଡ୍‌ରେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ବହୁତ ବଡ଼ ବଡ଼ ସେଲିବ୍ରିଟି ତାଙ୍କର କ୍ଲାଇଣ୍ଟ ରହିଛନ୍ତି।

   Related Posts