scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହ୍ୱାଇଟ୍ ହାଉସରେ ପାଳନ ହେଲା ଆଲୋକର ପର୍ବ: ଦୀପ ଜଳାଇ ବାଇଡେନ କହିଲେ- ଶୁଭ ଦୀପାବଳି

25/10/2022 at 11:08 AM

ନୂଆଦିଲ୍ଳୀ ୨୫/୧୦: ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ସମସ୍ତଙ୍କ ମନରେ ଭରି ରହିଥାଏ ପ୍ରବଳ ଉତ୍ସାହ। କରୋନା ମହାମାରୀ ବିଗତ ଦୁଇ ବର୍ଷ ଧରି ଦୀପାବଳି ପାଳନକୁ ଫିକା କରିଦେଇଥିଲା। କିନ୍ତୁ ଚଳିତ ବର୍ଷ କେବଳ ଭାରତ ନୁହେଁ ବରଂ ପୂରା ବିଶ୍ବରେ ପାଳନ ହୋଇଛି। ଆମେରିକା, କାନାଡ଼ା ସହ ଅନେକ ଦେଶରେ ପାଳନ କରାଯାଇଛି ଆଲୋକର ପର୍ବ ଦୀପାବଳି। ଆଉ ଖୋଦ୍ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ପାଳନ କରିଛନ୍ତି ଭାରତର ଏହି ଅନନ୍ୟ ପର୍ବ। ଜୋ ବାଇଡେନ୍ ହ୍ବାଇଟ୍ ହାଉସରେ ଭାରତୀୟଙ୍କ ଦୀପାବଳି ପାନ କରିଛନ୍ତି। ଏହି ସମୟରେ ତାଙ୍କ ପତ୍ନୀ ଜିଲ୍ ବାଇଡେନ୍, ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ସହ ଅନେକ ଭାରତବଂଶୀ ଉପସ୍ଥିତ ରହିଥିଲେ।

ହ୍ବାଇଟ ହାଉସ୍‌ରେ ସୋମବାର ରାତିରେ ଦୀପାବଳି ସମାରୋହର ଆୟୋଜନ କରାଯାଇଥିଲା। ଜୋ ବାଇଡେନ୍ ସରକାରଙ୍କ ଅନେକ ଭାରତୀୟ-ଆମେରିକୀୟ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ଅବସରରେ ବାଇଡେନ୍ କହିଥିଲେ ଯେ ଏହା ପ୍ରଥମ ଥର ଯେତେବେଳେ ଦୀପାବଳି ଅବସରରେ ହ୍ବାଇଟ୍ ହାଉସରେ ବଡ଼ ଆକାରରେ ରିସେପ୍ସନ ହୋଇଛି। ଆମ ସରକାରରେ ଗତ ସରକାରଙ୍କ ତୁଳନାରେ ସବୁଠୁ ଅଧିକ ଏସିଆନ-ଆମେରିକାନ୍ ସାମିଲ ଅଛନ୍ତି। ଏହା ସହ ଦୀପାବଳିର ଭବ୍ୟ ଆୟୋଜନକୁ ଆମେରିକା ସଂସ୍କୃତିର ଅଂଶ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ବାଇଡେନ୍।

ଏହି ଅବସରରେ ଉପରାଷ୍ଟ୍ରପତି କମଲା ହାରିସ କହିଥିଲେ ଯେ ହ୍ବାଇଟ ହାଉସ୍ ସାଧାରଣ ଲୋକଙ୍କ ଘର। ସେହିପରି ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନ ଏହି ଘରର ମାହୋଲ ଏଭଳି କରାଯାଇଛି ଯେ ଆମେରିକାର କେହି ବି ନାଗରିକ ନିଜର ସଂସ୍କୃତି ଏବଂ ପର୍ବ ଏଠାରେ ପାଳନ କରିପାରିବ। ଜିଲ୍ ବାଇଡେନ୍ ଆମେରିକୀୟ ସମୁଦାୟର ଲୋକଙ୍କୁ ପ୍ରଶଂସା କରି କହିଥିଲେ ଯେ, ସମୁଦାୟର ଲୋକ ଆମେରିକାକୁ ଆଗକୁ ବଢ଼ାଇବାରେ ନିଜର ଯୋଗଦାନ ଦେଇଛନ୍ତି।

   Related Posts