Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁକିନ୍ଦା ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବା ପରେ ଖୁସିର ଲହରୀ: ବାଣ ଫୁଟାଇ, ମିଠା ଖୁଆଇ ସେଲିବ୍ରେସନ

5/06/2022 at 2:28 PM

ଯାଜପୁର ୦୫/୦୬: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେଇଛନ୍ତି । ତେବେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ପ୍ରଥମ କରି ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇଙ୍କୁ ସାମିଲ କରାଯାଇଛି ।

ପ୍ରିତିରଞ୍ଜନ ମନ୍ତ୍ରୀ ଭାବେ ଶପଥ ନେବା ପରେ ସୁକିନ୍ଦା ସମେତ କୋରେଇ ଓ ବ୍ୟାସନଗର ଆଦି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ପ୍ରିତିରଞ୍ଜନଙ୍କୁ ଭଲ ପାଉଥିବା ପ୍ରତ୍ୟେକ ବ୍ୟକ୍ତି, ଛାତ୍ର, ଯୁବକ, ଦଳୀୟ କର୍ମୀ ଓ ନେତା ନିଜ ନିଜ ଅଞ୍ଚଳରେ ଉତ୍ସବ ମନାଇଛନ୍ତି । ବାଣ ଫୁଟାଇ, ପରସ୍ପରକୁ ମିଠା ଖୁଆଇ ଖୁସି ମନାଉଛନ୍ତି ସମସ୍ତେ ।

ତେବେ ପ୍ରିତିରଞ୍ଜନଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ କରି ଗୁରୁଦାୟିତ୍ଵ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି କୋରାଇ ଓ ସୁକିନ୍ଦା ବାସୀ।

   Related Posts