କ୍ରିଏଟିଭୋ ପକ୍ଷରୁ ସୋଆ କୃଷି ମହାବିଦ୍ୟାଳୟରେ ବିଶ୍ୱ ମାତୃଭାଷା ଦିବସ ପାଳନ

Published By : Prameya-News7 Bureau | February 22, 2024 IST

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ର ସାମାଜିକ ଓ ସାଂସ୍କୃତିକ ଶାଖା କ୍ରିଏଟିଭୋ ପକ୍ଷରୁ ବୁଧବାର ‘ବିଶ୍ୱ ମାତୃଭାଷା ଦିବସ’ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ତଥା ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଗୀତିକବି ମନୋଜ ମହାନ୍ତି ଯୋଗ ଦେଇ ଓଡ଼ିଆ ଭାଷା ସୁରକ୍ଷା ଦିଗରେ ଯୁବ ସମାଜର ଭୂମିକା ବିଷୟରେ ଆଳୋକପାତ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନିରୋଦ କୁମାର ଧଳ ଯୋଗ ଦେଇ ଏହି ଉଦ୍ୟମକୁ ପ୍ରଶଂସନୀୟ ବୋଲି କହିଥିଲେ ।

ଏହାର ପ୍ରଥମ ଅଧିବେଶନରେ ସୁବ୍ରତ ସେନାପତିଙ୍କ ତତ୍ୱାବଧାନରେ ମହାବିଦ୍ୟାଳୟ ସ୍ତରୀୟ କବିତା ଆସର ଅନୁଷ୍ଠିତ କରାଯାଇଥିଲା । ଏହାକୁ ପ୍ରଫେସର ବିଜୟ କୁମାର ମିଶ୍ର ଉଦ୍‌ଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରଫେସର ଅଶୋକ ମହାପାତ୍ର, ପ୍ରଫେସର ଅଜୟ ପଟ୍ଟନାୟକ ଓ ପ୍ରଫେସର ସରୋଜ କୁମାର ମହାନ୍ତି ଯୋଗ ଦେଇଥିଲେ । ଡକ୍ଟର ନନ୍ଦିତା ଜେନା, ଡକ୍ଟର ସତ୍ୟ ନାରାୟଣ ଶତପଥୀ, ଅଦିତି ରଥ, ଲୋପାମୁ୍‌ଦ୍ରା ମହାନ୍ତି, ବିଷ୍ଣୁପ୍ରିୟା ପ୍ରଧାନ, ଆଶିଷ ବିଶ୍ୱାଳ, ତନିଶା ପୁରୋହିତ, ଅନନ୍ୟା ସୁବୁଦ୍ଧି, ସ୍ୱଦେଶ ବେହେରା, ମାନସ ଦାସ ପ୍ରମୁଖ କବିତା ଆବୃତି କରିଥିଲେ ।

କ୍ରିଏଟିଭୋର ମୁଖ୍ୟ ସଂଯୋଜକ ଡକ୍ଟର ଭୁବନାନନ୍ଦ ଅଧିକାରୀଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଡକ୍ଟର ରାମକୃଷ୍ଣ ବସ୍ତିଆ, ଶୁଭମ୍ ପ୍ରକାଶ, ସ୍ନେହା ଋତାମ୍ଭରା ଓ ବିଶ୍ୱଜିତ୍ ମିଶ୍ର ପରିଚାଳନା କରିଥିଲେ । ବୈଷ୍ଣବୀ ବେହେରା, ଅନ୍ୱେଷା, ସୌମ୍ୟ ରଂଜନ, ଚନ୍ଦନ, ସୌମ୍ୟାଶ୍ରୀ ମହାନ୍ତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଡକ୍ଟର ସୁଚିସ୍ମିତା ମହାପାତ୍ର ଓ ଡକ୍ଟର ଦୀପାଳି ଦାଶ ମଂଚ ସଂଯୋଜନା କରିଥିବାବେଳେ ଡକ୍ଟର ବିଷ୍ଣୁପ୍ରିୟା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.