କୋଭିଡ କଟକଣା ଭିତରେ ହୋଲି ପର୍ବ ପାଳିଲେ ବଲାଙ୍ଗୀରବାସୀ

Published By : Prameya-News7 Bureau | March 29, 2021 IST

ବଲାଙ୍ଗୀର, ୨୯/୦୩: ବଲାଙ୍ଗୀର ଜିଲ୍ଲାରେ ଫିକା ପଡିଲା ହୋଲି । କୋଭିଡ ନିୟମକୁ ମାନି ଘରେ ଘରେ ହୋଲି ପର୍ବକୁ ପାଳନ କରିଛନ୍ତି ବଲାଙ୍ଗୀର ବାସି । ଘରେ ଘରେ ଭୋଜିଭାତ କରି ତ ଆଉ କେଉଁଠି ଘର ଭିତରେ ଫଗୁରଙ୍ଗରେ ରଙ୍ଗିନ ହୋଇଛନ୍ତି ସହର ବାସି ।

ରାସ୍ତା ଘାଟରେ ହୋଲି ଖେଳିବାକୁ ବାରଣ କରାଯାଇଥିବା ବେଳେ ଏହାକୁ ମାନି ଶୂନ୍‌ଶାନ୍‌ ରହିଥିଲା ବଲାଙ୍ଗୀର ସହରର ବିଭିନ୍ନ ରାସ୍ତା ଘାଟ । ସରକାରଙ୍କ ନିୟମ ଅନୁଯାଇ କଟକଣା ପାଳନ କରାଯିବାକୁ ନେଇ ପୋଲିସ୍‌ କଡା ସୁରକ୍ଷା ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଥିଲା ।

ବିଭିନ୍ନ ଛକରେ ପୋଲିସ ମୂତୟନ କରାଯାଇଥିବା ବେଳେ ପିସିଆର ଭ୍ୟାନ ବିଭିନ୍ନ ପଡା, ଗଳିରେ ପଇଁତରା ମାରୁଛି । ବାହାରେ କେଉଁଠି ନିୟମ ଉଲଙ୍ଘନକାରୀଙ୍କୁ ଦେଖିଲେ ମନା କରିବା ସହ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ସେପଟେ ମନରେ ରହିଥିବା ଆନନ୍ଦ ଉଲ୍ଲାସ ସେତିକି ନଥିବା ବେଳେ କିନ୍ତୁ କରୋନା କାଳରେ ସରକାରଙ୍କ ନିୟମକୁ ମାନି ହୋଲି ପାଳନ କରିଛନ୍ତି ବଲାଙ୍ଗୀର ଜିଲ୍ଲା ବାସି । କେବଳ ସହର ନୁହେଁ ପାଟଣାଗଡ, ଟିଟିଲାଗଡ, କଣ୍ଟାବାଞ୍ଜି, ସଇଁନ୍ତଳା, ଲୋଇସିଂହା ଭଳି ମୁଖ୍ୟ ସ୍ଥାନ ଗୁଡିକରେ ମଧ୍ୟ ଲୋକେ ନିୟମ ପାଳନ କରି ହୋଲି ଉତ୍ସବ ମନାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.