ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ତଳେ ବସି ଭୋଜନ କରୁଥିଲେ ପରିବାର: ହଠାତ ପଡିଗଲା ଚଳନ୍ତା ଫ୍ୟାନ୍, ତାପରେ ହେଲା କଣ…

25/08/2021 at 6:23 PM

ନୂଆଦିଲ୍ଲୀ ୨୫/୦୮ : ଭିଏତନାମରୁ ଏକ ଭୟାନକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓ ଦେଖି ଆପଣ ବି ଚମକି ପଡିବେ। ଆପଣ ଅନେକ ସମୟରେ ସିଲିଂ ଫ୍ୟାନ୍ ପଡିଯିବା ଖବର ଶୁଣିଥିବେ, ଦେଖିଥିବେ ମଧ୍ୟ। କିନ୍ତୁ ଭାଇରାଲ ହୋଇଥିବା ଭିଡିଓରେ ଯାହା ନଜର ଆସିଛି ତାକୁ ଦେଖି ଆପଣ ବି ଡରିଯିବେ। ଏମିତି ଏକ ଦୃଶ୍ୟ ଆପଣ ବି କେବେ ଦେଖିନଥିବେ।

ଆପଣ ଘରେ ବସି ପରିବାର ସହ ଭୋଜନ କରୁଥିବେ ଓ ହଠାତ ସିଲିଂ ଫ୍ୟାନ୍ ପଡିଯିବ। ଫ୍ୟାନ୍ ପଡିବା ପରେ ବି କେହି ଆହତ ନ ହେବା କୌଣସି ଚମତ୍କାରଠୁ କମ ନୁହେଁ। ଭିଏତନାମରେ ଠିକ ଏହିଭଳି ଏକ ଘଟଣା ଘଟିଛି। ଏକ ପରିବାର ତଳେ ବସି ରାତିରେ ଭୋଜନ କରୁଥିଲେ। ହଠାତ କିଛି ଆବାଜ ହେବାରୁ ଶିଶୁଟି ଏପଟେ ସେପଟେ ଦେଖିଥିଲା। କେହି କିଛି ବୁଝିବା ପୂର୍ବରୁ ହଠାତ ସିଲିଂ ଫ୍ୟାନ୍ ଗଳି ପଡି ଶିଶୁ ଉପରେ ପଡିଲା। ଫ୍ୟାନ୍ ପଡ଼ିବାର ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଶ୍ଚର୍ଯ୍ୟର କଥା ହେଲା ପଙ୍ଖା ଯେତେବେଳେ ପଡିଥିଲା ତାହା ଚାଲୁଥିଲା।

ସୋସିଆଲ ମିଡ଼ିଆରେ ଏହି ଭିଡିଓ ଦେଖିବା ପରେ ଲୋକେ ପୁରୁଣା ଫ୍ୟାନ ବଦଳାଇଦେବାକୁ ପରାମର୍ଶ ଦେଇଛନ୍ତି। ତାଛଡା ଲୋକେ ନାନା ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। କିଛି ଲୋକ କହିଛନ୍ତି ଏହିଭଳି ଦୁର୍ଘଟଣା ସେମାନଙ୍କ ସହ ମଧ୍ୟ ହୋଇଛି କିନ୍ତୁ ସେମାନେ ଏତେ ଭାଗ୍ୟବାନ ନଥିଲେ ଯେ ଚଳନ୍ତା ପଙ୍ଖା ପଡିବ ଓ କେହି ଆହତ ବି ହେବେନି।

   Related Posts