ଖୋର୍ଦ୍ଧା ବାଘମାରି ଅଞ୍ଚଳରେ ବିଦ୍ୟୁତ ଆଘାତରେ କର୍ମଚାରୀଙ୍କ ମୃତ୍ୟୁ

Published By : Prameya-News7 Bureau | October 12, 2018 IST

ଖୋର୍ଦ୍ଧା ୧୨/୧୦: ଆଙ୍କର - ଖୋର୍ଦ୍ଧା ବାଘମାରି ଅଞ୍ଚଳରେ ବିଦ୍ୟୁତ ଆଘାତରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସନ୍ତୋଷ କୁମାର କହଲସିଂହ । ସେ ଖୋର୍ଦ୍ଧା ନିକଟସ୍ଥ ବାଘମାରି ସେସୁ କାର୍ଯ୍ୟାଳୟର କର୍ମଚାରୀ ଥିଲେ । ସାରୁଅ ନିକଟରେ ୩୩କେଭି ଲାଇନ ମରାମତି କାର୍ଯ୍ୟ କରୁଥିବାବଳେ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଖୁଣ୍ଟରୁ ଖସିପଡିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଖୋର୍ଦ୍ଧା ମେଡିକାଲକୁ ଚିକିତ୍ସ ପାଇଁ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବିଦ୍ୟୁତ ବିଭାଗର ଉପରିସ୍ତ କର୍ମଚାରୀଙ୍କ ଦାୟିତ୍ବ ହିନତା ଯୋଗୁଁ ସନ୍ତୋଷଙ୍କର ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତି ପୁରଣ ପାଇଁ ସ୍ଥାନୀୟ ବାସିନ୍ଦା ଓ ମୃକଙ୍କ ସମ୍ପର୍କୀୟ ଦାବି କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.