ମତଦାନ କେନ୍ଦ୍ରରେ ପହଁଚିବାକୁ ୧୮ କିମି ଚାଲିଲେ ମୁଖ୍ୟ ନିର୍ବାଚନ କମିଶନର : ମତାଧିକାର ସାବ୍ୟସ୍ତ କରିବାକୁ ଭୋଟରଙ୍କୁ କଲେ ଉତ୍ସାହିତ

Published By : Prameya-News7 Bureau | June 05, 2022 IST

ନୂଆଦିଲ୍ଲୀ ୦୫/୦୬: ମତଦାନ କେନ୍ଦ୍ରକୁ ଯିବା ପାଇଁ ୧୮ କିମି ଚାଲିଲେ ମୁଖ୍ୟ ନିର୍ବାଚନ କମିଶନର । କେନ୍ଦ୍ର ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ଉତ୍ତରଖାଣ୍ଡର ଏକ ମତଦାନ କେନ୍ଦ୍ରରେ ପହଁଚିବାକୁ ୧୮ କିମି ଯାଏଁ ପାଦରେ ଯାତ୍ରା କରିଛନ୍ତି । ଏହି ମତଦାନ କେନ୍ଦ୍ର ଚମୋଲୀ ଜିଲ୍ଲାର ଏକ ପାହାଡିଆ ସ୍ଥାନରେ ରହିଛି । ତେବେ ସିଇସି ନିଜେ ବୁଥ୍ ଯାଏଁ ଯିବାକୁ ନିଷ୍ପତ୍ତି ନେଇଥିଲେ ଓ ଚାଲିଚାଲି ଯାଇଥିଲେ ।

ଏହି ପରିପ୍ରେକ୍ଷୀରେ ସିଇସି କହିଥିଲେ ଯେ, ଜମ୍ମୁ-କାଶ୍ମୀର, ଅରୁଣାଚଳ ପ୍ରଦେଶ, ମଣିପୁର, ଉତ୍ତରାଖଣ୍ଡରେ ବୁଥ ପାଖାପାଖି ପହଁଚିବା ସହଜ ନୁହେଁ । କିନ୍ତୁ ସମସ୍ତ ବାଧାବିଘ୍ନକୁ ମାତ୍ ଦେଇ ନିର୍ବାଚନ ଅଧିକାରୀ ୩ ଦିନ ପୂର୍ବରୁ ବୁଥରେ ପହଁଚିଥାନ୍ତି । ସେ ନିଜେ ଉତ୍ତରାଖଣ୍ଡର ଦୁମକ ଗ୍ରାମରେ ଅଛନ୍ତି । ଯାହା ପାହାଡିଆ ସ୍ଥାନରେ ରହିଛି । ଏହାସହ ଏପରି ସ୍ଥାନରେ ପହଁଚୁଥିବା ସମସ୍ତ କର୍ମଚାରୀଙ୍କୁ ସେ ପ୍ରଶଂସା କରିଛନ୍ତି । ଏହାସହ ଦୁମକ ଗ୍ରାମରେ ମତଦାତାଙ୍କୁ ଭୋଟ ଦେବା ପାଇଁ ଉତ୍ସାହିତ ମଧ୍ୟ କରିଥିଲେ ।

ସୂଚନାଯୋଗ୍ୟ, ପ୍ରଥମ ଥର ପାଇଁ ସିଇସି ଏପରି ସ୍ଥାନ ଯାତ୍ରା କରିନାହାଁନ୍ତି । ଏହାପୂର୍ବରୁ ମେ ରେ ଓ ଅନ୍ୟ ନିର୍ବାଚନ କମିଶନ ବିଭିନ୍ନ ଆୟକର ଲାଭ ଉଠାଇବାକୁ ମନା କରିଥିଲେ । ଏହାସହ ସେମାନେ ଉଠାଉଥିବା ବିଶେଷାଧିକାରକୁ ସୀମିତ ରଖିବେ ବୋଲି ମଧ୍ୟ ନିଷ୍ପତ୍ତି ନେଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.