Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜାମ୍ମୁ-କାଶ୍ମୀର ଉପତ୍ୟକାରେ ବଢିବ ସେନାର ଅସ୍ତ୍ର ବିରତି

7/06/2018 at 10:13 AM

ଜାମ୍ମୁ-କାଶ୍ମୀର ଉପତ୍ୟକାରେ ବଢିବ ସେନାର ଅସ୍ତ୍ର ବିରତି । ରମଜାନ ମାସ ପାଇଁ ସେନା ଜାରି ରଖିଥିବା ଅସ୍ତ୍ରବିରତି ଅବଧି ଇଦ୍ ପରେ ବି ଜାରି ରହିପାରେ । ଗୃହ ମନ୍ତ୍ରୀ ରାଜନାଥ ସିଂହ କାଶ୍ମୀର ଉପତ୍ୟକା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ରମଜାନ ଅସ୍ତ୍ରବିରତି ବୃଦ୍ଧି ପାଇଁ ରାଜ୍ୟ ସରକାର ଏବଂ ସୁରକ୍ଷା ଅଧିକାରୀ ମାନେ ତାଙ୍କୁ କହିବେ ବୋଲି ଜଣାଯାଇଛି । ଗତ ୨୦ ଦିନରୁ ବେଶି ହେବ ଜାରି ରହିଛି ରମଜାନ ଅସ୍ତ୍ରବିରତି । ଉତ୍ତର କାଶ୍ମୀର ସ୍ଥିତ ସେନାର ହାଜିନ କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ଏବଂ ସେନା-ଆତଙ୍କୀ ଗୁଳିବିନିମୟ ରମଜାନ ଅସ୍ତ୍ରବିରତିକୁ ଏକ ଚ୍ୟାଲେଞ୍ଜ ହୋଇଥିଲେ ବି ତାହା ଜାରି ରଖିବାକୁ ସେନା ଚାହୁଁଥିବା ଜଣାଯାଇଛି । ଏପଟେ ସେନାରେ ଲସ୍କର ଇ ତୋଇବା ଆତଙ୍କୀଙ୍କ ଅନୁପ୍ରବେଶ ଚିନ୍ତା ବଢାଇଛି । ଗତ ୧୦ ଦିନ ଭିତରେ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଉଦ୍ୟମ ବେଳେ ସେନା ଗୁଳିରେ ୮ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି ।ତଥାପି ସୀମା ଆରପଟୁ ପାକିସ୍ତାନର ପ୍ରାୟ ୧୦ ଟି ସ୍ଥାନରେ ଭାରତ ୍ନୁପ୍ରବେଶ ଲାଗି ଠୁଳ ହୋଇଛନ୍ତି ୪ ଶହ ପାଖାପାଖି ପାକିସ୍ତାନ ସମର୍ଥୀତ ଆତଙ୍କବାଦୀ । ଅନ୍ୟ ଏକ ହିସାବ ଅନୁଯାୟୀ ଚଳିତ ବର୍ଷ ଜୁନ ପହିଲା ସୁଦ୍ଧା କାଶ୍ମନୀର ଉପତ୍ୟକାରେ ୬୮ ଆତଙ୍କବାଦୀ ନିହତ ହେଲେଣି । ଯାହାକି ଗତ ବର୍ଷ ତୁଳନାରେ ବେଶି । କୁଖ୍ୟାତ ଆତଙ୍କୀ ମୁଫତି ୱାକସ୍,ତଉସେଫ୍ ଶେଖ,ସମୀର ଟାଇଗର, ସଦାମ ପାଦାର ଭଳି କୁଖ୍ୟାତ ଆତଙ୍କୀ ନିହତ ହୋଇଛନ୍ତି । ଏନେଇ ସୁରକ୍ଷା ବାହିନୀକୁ ବଧାଇ ଦେଇଛନ୍ତି ରାଜନାଥ ।

Leave a Reply

   Related Posts