ପୋଲିସ ହାତରେ ଶୁଭଲକ୍ଷ୍ମୀଙ୍କ CDR ରିପୋର୍ଟ, ଦୁଇ ପୁରୁଷବନ୍ଧୁଙ୍କୁ ଜେରା ସରିଛି

Published By : Prameya-News7 Bureau | August 09, 2023 IST

ଭୁବନେଶ୍ବର ୦୯।୦୮ : ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା । ପୋଲିସ ହାତରେ ଲ।ଗିଲା ଶୁଭଲକ୍ଷ୍ମୀ ଙ୍କର ସିଡିଆର ରିପୋର୍ଟ । ଶୁଭଲକ୍ଷ୍ମୀ ମୃତ୍ୟୁ ପୂର୍ବରୁ କାହା କାହା ସହିତ କେତେ ସମୟ କଥା ହୋଇଥିଲେ ତାର ହେବ ତଦନ୍ତ । ସେପଟେ ପୋଲିସ ଶୁଭଲକ୍ଷ୍ମୀ ଙ୍କର ଦୁଇ ପୁରୁଷ ବନ୍ଧୁଙ୍କୁ ଡାକି କରିଛି ପଚରାଉଚରା ।

ସେପଟେ ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ମାମଲା । ପୋଲିସ ହାତରେ ଲାଗିଲା ପୋଷ୍ଟମର୍ଟମ ରିପୋର୍ଟ । ତେବେ ଶ୍ଵାସରୁଦ୍ଧ ହୋଇ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ୨୪ ରୁ ୩୬ ଘଣ୍ଟା ପୂର୍ବରୁ ଶୁଭଲକ୍ଷ୍ମୀଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଥିବା ସୂଚନା ମିଳିଛି । ଘଟଣାର ଅଧିକ ତଦନ୍ତ ପାଇଁ SFSLକୁ ଭିସେରା ପଠାଇଛି ପୋଲିସ । ଶୁଭଲକ୍ଷ୍ମୀଙ୍କ ୨ଟି ମୋବାଇଲରେ ଥିବା ୪ ଟି ସିମର ସିଡିଆର ମଗେଇଛି ପୋଲିସ । ଶୁଭଲକ୍ଷ୍ମୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତଦେହରୁ ନିଶା ଦ୍ରବ୍ୟର ନମୁନା ମିଳିଛି । ଅନ୍ୟପଟେ ଶୁଭଲକ୍ଷ୍ମୀର କେଉଁଦିନ ମୃତ୍ୟୁ ଘଟିଛି ତାକୁ ନେଇ ଉଠିଛି ପ୍ରଶ୍ନ ।

ସୂଚନାଯୋଗ୍ୟ ଯେ, ଶୁଭଲକ୍ଷ୍ମୀ ରମାଦେବୀ ଜୁନିଅର କଲେଜରେ ଯୁକ୍ତ-୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ରୀ । ୪ ତାରିଖରେ ସେ ଘରୁ କଲେଜ ଯାଉଛି କହି ଆସିଥିଲେ । ସେହିଦିନ ଅପରାହ୍ଣ ୩ଟାରେ କଟକରୋଡରେ ଥିବା ଦୀପାଳି ହୋଟେଲ୍‌ ଆଣ୍ଡ୍‌ ବାର୍‌ରେ ୨୦୫ ନମ୍ବର ରୁମ୍‌ ବୁକ୍‌ କରି ରହିଥିଲେ। ପରଦିନ ଅର୍ଥାତ ଶନିବାର ସକାଳେ ସେ ରୁମ୍‌ରୁ ବାହାରି ନଥିଲେ ।

ସେହିଦିନ ମଧ୍ୟାହ୍ନରେ ହୋଟେଲ୍‌ ବୟ ଖାଇବା ପାଇଁ କବାଟ ବାଡ଼େଇ ଡ଼ାକିଥିଲେ ମଧ୍ୟ ସେ କବାଟ ଖୋଲି ନଥିଲେ । ହୋଟେଲ ବୟ ଏନେଇ ହୋଟେଲ ମ୍ୟାନେଜରଙ୍କୁ ଜଣାଇଥିଲେ । ଅପରାହ୍ଣରେ ମ୍ୟାନେଜର କବାଟ ବାଡ଼େଇ ଡାକିଥିଲେ । ଶୁଭଲକ୍ଷ୍ମୀ ନ ଖୋଲିବାରୁ କବାଟକୁ ଏକ ଧକ୍କା ମାରିଥିଲେ ।

ତେବେ କବାଟ ଖୋଲିଯିବା ସହ ଭିତରେ ଶୁଭଲକ୍ଷ୍ମୀଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ସେ ଏନେଇ ସଙ୍ଗେ ସଙ୍ଗେ ଲକ୍ଷ୍ମୀସାଗର ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା ।

wp:embed {"url":"https://www.prameyanews7.com/suryakumar-yadav-completes-100-t20-sixes/","type":"wp-embed","providerNameSlug":"prameya-news-7"}
https://www.prameyanews7.com/suryakumar-yadav-completes-100-t20-sixes/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.