ଅଙ୍ଗନଓ୍ବାଡି କେନ୍ଦ୍ରରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ସିଡିପିଓଙ୍କ ଚଢାଉ

Published By : Prameya-News7 Bureau | August 25, 2019 IST

ଡେଲାଙ୍ଗ ୨୫|୮:  ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଗ୍ରାମ ଗୁଡିକରେ ଶିଶୁ ମାନଙ୍କ ନିମନ୍ତେ ରହିଥିବା ପ୍ରୟତଃ ଅନେକ ଅଙ୍ଗନଓ୍ବାଡି କେନ୍ଦ୍ରରେ ବ୍ୟାପକ ଦୁର୍ନିତୀ ହେଉଥିବା ଅଭିଯୋଗ ହୋଇଆସୁଥିଲା । ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ବ୍ଲକ୍ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ସିଡିପିଓ କାମିନିପ୍ରଭା ସ୍ବାଇଁ ଅଚାନକ ସାନଆଙ୍କୁଲା ଓ ସଙ୍ଖପାଟ ଅଙ୍ଗନଓ୍ବାଡି କେନ୍ଦ୍ରରେ ଅଚାନକ ଚଢାଉ କରିଥିଲେ । ଏହି ସମୟରେ ସାନଆଙ୍କୁଲା ଅଙ୍ଗନଓ୍ବାଡି କର୍ମୀ ପିଲାଙ୍କୁ କୌଣସି ଖାଦ୍ୟ ନଦେଇ ୯ଟା ସମୟରୁ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କରିଦେଇ ପଳାଇଥିଲେ ।

{"id":148679}

ସେହିପରି ସଙ୍ଖପାଟ କେନ୍ଦ୍ରରେ ୭ଜଣ ପିଲା ଉପସ୍ଥିତ ଥିବାବେଳେ ଅଙ୍ଗନଓ୍ବାଡି କର୍ମୀ ଉପସ୍ଥିତ ନଥିବା ବେଳେ ସହାୟିକା ପିଲାମାନଙ୍କୁ ଜଗିଥିଲେ । ପିଲାମାନଙ୍କୁ କୌଣସି ଜଳଖିଆ ଓ ରନ୍ଧା ଖାଦ୍ୟ ନଦେଇ ରୋଷେଇ ଘରେ ତଲା ପକାଇ ଦେଇଥିବା ବେଳେ ପିଲାମାନେ ଭୋକରେ ଅଉଟୁ ପାଉଟୁ ହେଉଥିବା ଦେଖିବାକୁ ମିଳିଥିଲା । ଏହିଭଳି ଅନେକ ସମୟରେ ପିଲାମାନେ ଭୋକ ଉପାସରେ ଯାଉଥିବା ଅଭିଭାବକ ମାନେ କହିଥିବା ବେଳେ ପିଲାମାନଙ୍କୁ ଫାଳେ ଅଣ୍ଡା ଦେଇ କାମଚଳାଉଥିବା ଅଭିଯୋଗ କରିଥିଲେ ।

{"id":148680}

ସେହିପରି ଖେଳଣା ବାବଦରେ ୨ ବର୍ଷର ୫ ହଜାର ଟଙ୍କା ଦିଆ ଯାଇଥିବା ବେଳେ ଅଙ୍ଗନଓ୍ବାଡି କେନ୍ଦ୍ରରେ ମାତ୍ର ଚାରି ପାଞ୍ଚଟି ଖେଳଣାକୁ ଛାଡିଦଲେ ଆଉ ଖେଳନା ନଥିବାର ଦେଖିବାକୁ ମିଳିଥିଲା । ଏଥିରେ ଦୁର୍ନିତୀ ହୋଇଥିବାର ଜଣା ପଡିଥିଲା ।

{"id":148681}

ଉକ୍ତ ଘଟଣାରେ ଉଭୟ ଅଙ୍ଗନଓ୍ବାଡି କର୍ମୀଙ୍କୁ କାରଣ ଦର୍ଶ।ଅ ନୋଟିସ ଜାରି କରିଥିବା ବେଳେ ଦୁର୍ନିତୀଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଲକ୍ ଅଧ୍ୟକ୍ଷ ପ୍ରସନ୍ନ ସାହୁ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.