୫T ଏଫେକ୍ଟ- ଚିକିତ୍ସା କରିବା ପାଇଁ ଗରିବ ରୋଗୀଙ୍କ ଘରକୁ ଗଲେ ସିଡିଏମଓଙ୍କ ସହ ଡାକ୍ତରୀ ଦଳ, ଏପରି କାମକୁ ସମସ୍ତଙ୍କ ପ୍ରଶଂସା

Published By : Prameya-News7 Bureau | October 20, 2019 IST

ଝାରସୁଗୁଡା ୨୦।୧୦ - ଝାରସୁଗୁଡା ଜିଲ୍ଲାରେ ରୋଗୀସେବାକୁ ନେଉ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଜଣେ ଗରିବ ନିରାଶ୍ରୟା କର୍କଟ ରୋଗୀଙ୍କ ଘରକୁ ଯାଇ ଚିକିତ୍ସା ବ୍ୟବସ୍ଥା ଖୋଦ ସିଡିଏମଓ ଓ ତାଙ୍କ ସହଯୋଗୀ ଟିମ୍ ଚିକିତ୍ସା ବ୍ୟବସ୍ଥା ବୁଝିବା ପରେ ଡାକ୍ତର ଗୋଟାଉଛନ୍ତି ପ୍ରଶଂସା |ଏହିପରି ଅବସ୍ଥାରେ ଜଣେ ନିରାଶ୍ରୟାଙ୍କ ଚିକିତ୍ସା ଚାଲିଛି,ତାହା ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୁତ ହୋଇଛି |
ଭିଓ1-ଝାରସୁଗୁଡା ସଦର ବ୍ଲକର ବଞ୍ଜାରୀ ଗାଁରେ ରହନ୍ତି ଆଦିଵାସୀ ମହିଳା ରାଜକୁମାରୀ କିଶାନ, |ବୟସ ପାଖାପଖୀ ୩୦ ରୁ ୩୫ ଭିତରେ ହେବ |୮ ମାସ ତଳେ ସ୍ୱାମୀଙ୍କ ମ୍ରୁତ୍ୟୁ ପରେ ନିଜର ଗୋଟିଏ ଶିଶୁକୁ ମରାକୁଟା ଆଶ୍ରମ ସ୍କୁଲରେ ଛାଡି ଥିବା ବେଳେ ଗୋଟିଏ ଶିଶୁପୁତ୍ର ଗ୍ରାମର ଜଣେ ସଂପର୍କୀୟଙ୍କ ନିକଟରେ ଆଶ୍ରିତ |ରାଜକୁମାରୀ କର୍କଟ ରୋଗରେ ପୀଡିତ ହୋଇ ଗତ ୬ମାସରୁ ଶଯ୍ୟାଶାୟୀ ଥିଲେ ମଧ୍ୟ ଡକ୍ତରଖାନାକୁ ଚିକିତ୍ସା ପାଇଁ ପହଞ୍ଚି ପାରୁ ନଥିଲେ |କାରନ ତାଙ୍କ ପରିବାରରେ ଗତ ୬ ମାସ ମଧ୍ୟରେ କୌଣସି କାରଣରୁ ୩ ଜଣ ପୁରୁଷ ସଦସ୍ୟ ଅର୍ଥାତ୍ ରାଜ କୁମାରୀଙ୍କ ସ୍ୱାମୀ ,ଦେଢଶୁର ଓ ଦିଅରଙ୍କ ମୃତ୍ୟୁ ହୋଇଯାଇଛି |ଗୋଟିଏ ପଟେ ଦରିଦ୍ର୍ୟର ତାଡନା ଅପରପକ୍ଷେ କର୍କଟ ଭଳି ସାଂଘାତିକ ରୋଗରେ ପିଡୀତ |ଏହାରି ଭିତରେ ରୋଗଗ୍ରସ୍ତ ରାଜକୁମାରୀ ର ପାଟି ବନ୍ଦ ହୋଇଗଲାଣି ||ତେଣୁ ତାଙ୍କ ବିଷୟରେ କେହି କିଛି ଜାଣି ପରୁ ନଥିଲେ ବା ଜାଣି ନଜାଣିଲା ପରି ରହୁଥିଲେ ପଡୋଶୀ ଓ ସଂପର୍କୀୟ |ଏ ବିଷୟରେ ସ୍ଥାନୀୟ ଅଞ୍ଚଳରେ କାମ କରୁଥିବା କିଛି ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ଠାରୁ ଖବରପାଇ ଦୁଇଦିନ ତଳେ ରାଜକୁମାରୀଙ୍କ ଘରେ ପହଞ୍ଚିଥିଲେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ପି.କେ.ବାରିକଙ୍କ ସହ କର୍କଟ ରୋଗର ଚିକିତ୍ସକ ଡ:ପି.କେ.ଦଳାଇ,ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟ ଡାକ୍ତରମାନେ |


ବଞାରୀ ଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରାଜକୁମାରୀଙ୍କୁ ଦେଖିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଇ ଚିକିତ୍ସା ଆରମ୍ଭ କରିଛନ୍ତି |
ମାସରୁ ଉର୍ଦ୍ଧ୍ୱ ସମୟ ଘରେ ଶଯ୍ୟାଶାୟୀ ହୋଇ କେବଳ ମୃତ୍ୟୁକୁ ଅପେକ୍ଷା କରିଥିବା ରାଜ କୁମାରୀଙ୍କ ପାଇଁ ବଞ୍ଚିବା ଆଶା ସଞ୍ଚାର ହୋଇଛି |ସେ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍କଟ ରୋଗ ୱାର୍ଡରେ ଚିକିତ୍ସାଧୀନ |ତାଙ୍କୁ ସିଡିଏମଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିକିତ୍ସା କରାଯାଉଥିବା ବେଳେ ଆଜି କଟକର ହରିହର କର୍କଟ ରୋଗ ଚିକିତ୍ସାକେନ୍ଦ୍ରରୁ ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀ ଓ ମୁମ୍ବାଇରୁ କର୍କଟ ରୋଗର ସ୍ପେଶିଆଲିଷ୍ଟ ଦିନେଶ ପାଣ୍ଡେରକର ଆସି ରାଜକୁମାରୀଙ୍କ ଚିକିତ୍ସା ଅବସ୍ଥା ବୁଝିଛନ୍ତି |ଏଥିସହ ତାଙ୍କୁ ରେଡକ୍ରସରୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି |ଗ୍ରାମାଞ୍ଚଳରେ ଘରେ ପଡି ରହିଥିବା ଜଣେ ରୋଗୀଙ୍କୁ କିପରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇ ପାରିବ ସେଥିପାଇଁ କାମ କରିବେ ବୋଲି ନିଜେ ସିଡିଏମଓ କହିଛନ୍ତି |ଅପରପକ୍ଷେ ସବୁ ସମଯରେ ସମାଲୋଚନାର ଶରବ୍ୟ ହେଉଥିବା ଡାକ୍ତର ଓ ସିଡିଏମଓଙ୍କ ଏଭଳି ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି ଆଦିବାସୀ ସମାଜିକ ସଂଗଠନ |
ରାଜ୍ୟ ସରକାର ଆରମ୍ଭ କରିଛନ୍ତି୫ଟି |୫ଟି ସଚିବଙ୍କ ଘନ ଘନ ଗସ୍ତ ଚାଲିଛି ବିଭିନ୍ନ ଡାକ୍ତରଖାନାକୁ |ସେତିକିବେଳେ ସିଡିଏମଓ ଓ ତାଙ୍କ ସହଯୋଗୀ ରୋଗୀଙ୍କ ଘରକୁ ଯିବା ନିଶ୍ଚିତ ଭାବେ ଏହାର ପ୍ରଭାବ ବୋଲି ଆଲୋଚନା ହେଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.