ଅର୍ଥନୀତିକୁ ଝଟକା, ଦ୍ୱିତୀୟ ତ୍ରୈମାସରେ ୪% ଟପିଲା କରେଣ୍ଟ ଆକାଉଣ୍ଟ ଡେଫିସିଟ୍

Published By : Prameya-News7 Bureau | December 29, 2022 IST

ନୂଆଦିଲ୍ଲୀ: ଆର୍ଥିକ ମୋର୍ଚ୍ଚାରୁ ନୈରସ୍ୟ ଜନକ ଖବର ସାମନାକୁ ଆସିଛି । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ଭାରତର କରେଣ୍ଟ ଆକାଉଣ୍ଟ ଡେଫିସିଟ୍ (ସିଏଡି) ବଢିଯାଇଛି । ଆରବିଆଇର ସଦ୍ୟତମ ରିପୋର୍ଟ ଅନୁସାରେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ସିଏଡି ବୃଦ୍ଧି ପାଇଁ ଜିଡିପିର ୪.୪ ପ୍ରତିଶତ ହୋଇଛି । ଏହା ପୂର୍ବର ତ୍ରୈମାସରେ ୨.୨ ପ୍ରତିଶତ ଥିଲା ।

ଆରବିଆଇ ଡାଟା ଅନୁସାରେ ଆର୍ଥିକ ବର୍ଷ ୨୦୨୨-୨୩ର ଦ୍ୱିତୀୟ ତ୍ରୈମାସରେ ୩୬.୪ ବିଲିୟନ ଆମେରିକୀୟ ଡଲାର( ଜିଡିପିର ୪.୪ ପ୍ରତିଶତ) କ୍ଷତି ରେକର୍ଡ ହୋଇଛି । ପ୍ରଥମ ତ୍ରୈମାସରେ ସିଏଡି ୧୮.୨ ବିଲିୟନ ଡଲାର (ଜିଡିପିର ୨.୨ ପ୍ରତିଶତ) ଥିଲା । ଗୋଟିଏ ବର୍ଷ ପୂର୍ବେ ସେପ୍ଟେମ୍ୱର ତ୍ରୈମାସର ୯.୭ ବିଲିୟନ ଡଲାର (ଜିଡିପିର ୧.୩ ପ୍ରତିଶତ) ଥିଲା ।

ଉଲ୍ଲେଖଯୋଗ୍ୟ ଯେ ଜୁଲାଇ-ସେପ୍ଟେମ୍ୱର ୨୦୨୨-୨୩ରେ କରେଣ୍ଟ ଆକାଉଣ୍ଟ ଡେଫିସିଟ୍ ବଢିବାର ପ୍ରମୁଖ କାରଣ ହେଉଛି ଉଚ୍ଚ ବାଣିଜ୍ୟିକ କ୍ଷତି । ବସ୍ତୁ ଗୁଡିକର ବ୍ୟବସାୟୀକ କ୍ଷତି ୨୦୨୨-୨୩ର ପ୍ରଥମ ତ୍ରୈମାସରେ ୬୩ ବିଲିୟନ ଡଲାରରୁ ବଢି ଦ୍ୱିତୀୟ ତ୍ରୈମାସରେ ୮୩.୫ ବିଲିୟନ ଡଲାର ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ଉଚ୍ଚ ବାଣିଜ୍ୟିକ କ୍ଷତି ଯୋଗୁଁ କରେଣ୍ଟ ଆକାଉଣ୍ଟ ଡେଫିସିଟ୍ ବଢିଥାଏ । ଏହା ଅର୍ଥନୀତ ଦୃଷ୍ଟିରୁ ଭଲ ଖବର ନୁହେଁ । ଏହା ଜରିଆରେ ଦେଶର ବାଣିଜ୍ୟ ଆକଳନ କରାଯାଇଥାଏ । ଦେଶରେ ରପ୍ତାନୀ ଠାରୁ ଆମଦାନୀ ଅଧିକ ହେଲେ ସିଏଡି ବଢିଥାଏ ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.