ମନ୍ଦିରରେ ଭଗବାନଙ୍କ ମୁହଁରେ ଲଗାଇଦେଲେ ସିସିଟିଭି, ତେଜିଲା ରାଜନୀତି, ଡିମେକେକୁ ବିଜେପିର ଟାର୍ଗେଟ

Published By : Prameya-News7 Bureau | December 01, 2022 IST

ତାମିଲନାଡୁ, ୧/୧୨: ଦେବତାଙ୍କ ମୂର୍ତ୍ତିରେ ସିସିଟିଭି ଲଗାଯିବା ପରେ ତେଜିଲା ବିବାଦ। ପ୍ରକୃତରେ ତାମିଲନାଡୁର ଥିରୁମଲାଇ ଜିଲ୍ଲା ଅରୁଣାଚଳେଶ୍ବର ମନ୍ଦିରରେ ଥିବା ମୂର୍ତ୍ତିରେ ସିସିଟିଭି ଲଗାଯାଇଥିଲା। ଯାହାକୁ ତାମିଲନାଡୁ ବିଜେପି ମୁଖ୍ୟ ଆନ୍ନାମଲାଇ ନିନ୍ଦା କରିବା ସହ ଡିଏମକେ ସରକାରଙ୍କୁ ସମାଲୋଚନା କରିଛନ୍ତି।

ଏହି ଘଟଣାକୁ ନେଇ କଡ଼ା ନିନ୍ଦା କରିବା ସହ ସେ କହିଥିଲେ ’ଡିଏମକେର ହିନ୍ଦୁ ଦେବାଦେବୀଙ୍କ ପ୍ରତି ସମ୍ମାନ ନାହିଁ। ଦେବତାଙ୍କ ମୁହଁରେ ଏଥିପାଇଁ ଲଗାଯାଇପାରିଥିଲା କାରଣ ନାସ୍ତିକମାନେ ମନ୍ଦିର ପରିଚାଳନା କରୁଛନ୍ତି।’ ଏହି ଭଙ୍ଗାରୁଜା ପାଇଁ କିଏ ଦାୟୀ ରହିବ ବୋଲି କିଏ ଦାୟୀ ରହିବ ? ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଥିଲେ ଯେ ହିନ୍ଦୁ ପରମ୍ପରା ଏବଂ ଚାରିଟେବୁଲ ଏଣ୍ଡୋମେଣ୍ଟ ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଛି। ଦେବାଦେବୀଙ୍କର ପ୍ରାଚୀନ ଅଳଙ୍କାର ଏବଂ ରତ୍ନ ଗୁଡ଼ିକ ତରଳାଇ ସୁନାରେ ପରିଣତ କରି ଦୁର୍ନୀତିରେ ବ୍ୟବହାର କରାଯାଉଛି। ଡିଏମକେ ଲଗାତାର ଧାର୍ମିକ ଭାବନାକୁ ଅସମ୍ମାନ କରିଆସୁଛି। ତାଙ୍କୁ ଦେବତା କିମ୍ବା ଲୋକମାନେ କ୍ଷମା ଦେଇପାରିବେନି। ସେ କହିଛନ୍ତି ପୂଜକଙ୍କ ପୂଜା କରିବା ଶିକ୍ଷା ସମୟସୀମାକୁ ୫ ବର୍ଷରୁ ୧ ବର୍ଷ କରାଯିବା ନିନ୍ଦନୀୟ।

ବିଜେପି ମୁଖ୍ୟ ଅଭିଯୋଗ କରିଛନ୍ତି ଡିଏମକେ ଏହାର ପରମ୍ପରା ଏବଂ ମଠ ଉପରେ ନିଜର ଚିନ୍ତାଧାରା ଆପଣାଇବାକୁ ଚେଷ୍ଟା କରୁଛି। ସେ ଆହୁରି କହିଛନ୍ତି ସରକାରଙ୍କୁ ପରମ୍ପରା, ପ୍ରଥା, ଧର୍ମ ବିଶ୍ବାସକୁ ବଜାୟ ରଖିବା ଦାୟିତ୍ବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.