suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଓୟୋ ହୋଟେଲରେ ଦୁର୍ଗାପ୍ରସାଦଙ୍କ ମୃତ୍ୟୁ ଘଟଣା : ଫୋରେନସିକ୍ ଲ୍ୟାବ୍ ପଠାଯିବ ସିସିଟିଭି ହାର୍ଡଡିସ୍କ ଓ ମୋବାଇଲ୍

27/03/2023 at 12:11 PM

ଭୁବନେଶ୍ବର ୨୭।୩: ଭୁବନେଶ୍ବର ଜାଗମରା ସ୍ଥିତ ଓୟୋ ହୋଟେଲରେ ଦୁର୍ଗାପ୍ରସାଦଙ୍କ ମୃତ୍ୟୁ ଘଟଣାରେ ଛାନଭିନ୍ କରୁଛି ପୋଲିସ । ରବିବାର ଦୁର୍ଗାପ୍ରସାଦଙ୍କ ପ୍ରେମିକା ଓ ଦୁଇ ସାଙ୍ଗକୁ ପଚରାଉଚରା କରିଥିବା ବେଳେ ସୋମବାର ପୁଣି ଥରେ ପ୍ରେମିକା ଓ ଦୁଇ ସାଙ୍ଗକୁ ପଚରାଉଚରା କରିବ ପୋଲିସ ।

ହୋଟେଲରୁ ଜବତ ହୋଇଥିବା ସିସିଟିଭି ହାର୍ଡଡିସ୍କ ଓ ମୋବାଇଲକୁ ଫୋରେନସିକ୍ ଲ୍ୟାବକୁ ପଠାଯିବ । ପୋଲିସ ପୋଷ୍ଟମଟର୍ମ ରିପୋର୍ଟକୁ ଅପେକ୍ଷା କରିଥିବା ବେଳେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ସେପଟେ ସମସ୍ତଙ୍କ ସିଡିଆର ରିପୋର୍ଟ ମଧ୍ୟ ଯାଞ୍ଚ କରୁଛି ପୋଲିସ । କିନ୍ତୁ ଦୁର୍ଗାପ୍ରସାଦଙ୍କ ପରିବାର ଲୋକେ ଏହାକୁ ଏକ ଷଡଯନ୍ତ୍ର ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରବିବାର ଦିନ ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲରୁ ଦୁର୍ଗାପ୍ରସାଦ ମିଶ୍ର ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଦୁର୍ଗାପ୍ରସାଦଙ୍କ ଘର କଟକ ନିଆଳି ଅଞ୍ଚଳରେ । ଦୁର୍ଗାପ୍ରସାଦ ଲିଙ୍ଗରାଜ ଥାନା ଅଧୀନରେ ଥିବା ଏକ ଭଡା ଘରେ ରହୁଥିଲେ । ଶନିବାର ରାତିରେ ନିଜ ବାନ୍ଧବୀ ଓ କିଛି ଯୁବତୀଙ୍କୁ ଆଣି ଓୟୋ ହୋଟେଲରେ ଜନ୍ମଦିନ ପାଳନ କରିଥିଲେ । ସେଠାରୁ ତାଙ୍କ ମୃତଦେହ ଠାବ ହୋଇଥିଲା । ଦୁର୍ଗାପ୍ରସାଦଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଦୁର୍ଗାପ୍ରସାଦ ଏକ ଘରୋଇ ସଂସ୍ଥାରେ ଚାକିରୀ କରୁଥିଲେ ।

   Related Posts