ଟିକିଏ ଅସାବଧାନତାରୁ ଚାଲିଗଲା ଯୁବକଙ୍କ ଜୀବନ, ସିସିଟିଭିରେ କଏଦ ହେଲା ଦୃଶ୍ୟ

Published By : Prameya-News7 Bureau | March 03, 2021 IST

ସମ୍ବଲପୁର ୩।୩: ସାମ୍ନାକୁ ଆସିଲା ଟ୍ରେନ୍ ଦୁର୍ଘଟଣା ସିସିଟିଭି ଭିଜୁଆଲ୍ । କେମିତି ଟିକିଏ ଅସାବଧାନତାରୁ ଚାଲିଗଲା ଯୁବକଙ୍କ ଜୀବନ । ସମ୍ବଲପୁର ଫାଟକ ରୋଡ୍ ଷ୍ଟେସନ ଅଂଚଳରେ ଘଟିଥିଲା ଏହି ଦୁର୍ଘଟଣା । ଦୁର୍ଘଟଣାଟି ୨୮ ଫେବୃଆରୀ ସନ୍ଧ୍ୟା ସମୟରେ ଘଟିଥିଲା । ହେଲେ ଏବେ ଏହି ଦୁର୍ଘଟଣାର ସିସିଟିଭି ଭିଜୁଆଲ ସାମ୍ନାକୁ ଆସିଛି ।

ଯୁବକ ଜଣଙ୍କ ଆଗପଛ ବିଚାର ନକରି ଟ୍ରେନ୍ ଆସୁଥିବା ସମୟରେ ରେଳ ଧାରଣା ପାର ହେଉଥିଲେ । ଏହି ସମୟରେ ତାଙ୍କ ପାଖରେ ୭ ରୁ ୮ଜଣ ବ୍ୟକ୍ତି ଛିଡା ହୋଇଥିଲେ । ହେଲେ ଦୁର୍ଘଟଣା ପରେ ଭୟରେ ସମସ୍ତେ ଦୌଡି ପଳାଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.