ସିସିଟିଭି ଫୁଟେଜ୍‌ରେ ୟୁକ୍ରେନ ବିମାନ ଦୁର୍ଘଟଣାର ଚିତ୍ର , ନିଆଁ ଲାଗି ଆକାଶରୁ ଖସିଲା, ତଳେ ପଡି ଖଣ୍ଡ ଖଣ୍ଡ

Published By : Prameya-News7 Bureau | January 09, 2020 IST

ତେହେରାନ ୦୯। ୦୧:  ଇରାନ୍ ରାଜଧାନୀ ତେହେରାନର ଇମାମ ଖୁମେନୀ ଆନ୍ତର୍ଜାତୀକ ଟର୍ମିନାଲରୁ ଉଡାଣ ଭରିଥିବା ୟୁକ୍ରେନ ବିମାନଟି  ବୁଧବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି  ଦୁର୍ଘଟଣାରେ ୧୭୬ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ତେବେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ସମୟର ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ୟୁକ୍ରେନର ବୋଇଂ  ୭୩୭ ବିମାନ କିପରି ଭାବେ ଦୁର୍ଘଟଣା ପରେ ଆକାଶରୁ ତଳକୁ ଖସୁଛି ତାହା ଦେଖିବାକୁ ମିଳିଛି । ୩୩ ସେକେଣ୍ଡର ଏହି ଭିଡିଓକୁ ଜାରି କରାଯାଇଛି ।

{"id":209139,"sizeSlug":"large"}

ସିସିଟିଭି ଫୁଟେଜ ଆଧାରରେ ୬ଟା ୧୯ମିନିଟ ପର୍ଯ୍ୟନ୍ତ ସବୁ ଠିକ୍ ଥିଲା ।  କିନ୍ତୁ ଏହାର କିଛି ସେକେଣ୍ଡ ପରେ ବିମାନରେ ଏକ ବିସ୍ଫୋରଣ ହୋଇଥିଲା । ଏବଂ ଏହା ଜଳୁଥିବା ଅବସ୍ଥାରେ ଆକାଶରୁ ଖସିପଡିଥିଲା । ୟୁକ୍ରେନର ଏହି ବୋଇଂ ୭୩୭ ବିମାନ ବୁଧବାର ଦିନ ଇରାନର ରାଜଧାନୀ ତେହେରାନରୁ ଉଡାଣ ଭରିଥିଲା । ଉଡାଣ ଭରିବାର କିଛି ସମୟ ପରେ ବିମାନଟି ଇରାନ୍‌ର ରାଜଧାନୀ ତେହରାନ ସ୍ଥିତ ଇମାମ ଖୁମୈନି ବିମାନ ବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ୧୭୬ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୮୨ଜଣ , ୟୁକ୍ରେନର ୧୧ଜଣ, ସ୍ବୀଡେନର ୧୦ଜଣ, ଆଫଗାନିସ୍ତାନର ୪ଜଣ, ଜର୍ମାନୀ ଓ ବ୍ରିଟେନର ୩ଜଣ ନାଗରିକ ଥିବା ଜଣାପଡିଛି  ।  

wp:core-embed/twitter {"url":"https://twitter.com/PressTV/status/1215209795218702336","type":"rich","providerNameSlug":"twitter","className":""}
https://twitter.com/PressTV/status/1215209795218702336
/wp:core-embed/twitter

ତେହରାନ ସ୍ଥିତ ଇମାମ ଖୁମୈନି ବିମାନ ବନ୍ଦର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ବିମାନଟି ଦୁର୍ଘଟଣା ଗ୍ରସ୍ତ ହେବାର କିଛି ସମୟ ମଧ୍ୟରେ ବିମାନରେ ନିଆଁ ଲାଗିଯାଇଥିଲା । ବିମାନରେ କିଛି ବୈଷୟିକ ତ୍ରୁଟି ଥିବା ସନ୍ଦେହ କରାଯାଉଛି ।  ସେପଟେ ୟୁକ୍ରେନ କହିଛି ଯେ, ଦୁଇ ଦିନ ପୂର୍ବରୁ ବିମାନ ବୈଷୟିକ ଯାଞ୍ଚ କରାଯାଇଥିଲା । ବିମାନଟି ୨୦୧୬ ମସିହାରେ କିଣାଯାଇଥିଲା । ଏହାର ବୈଷୟିକ କିଛି ବି ତ୍ରୁଟି ରହିଲେ ତାହା ବୋଇଂ କମ୍ପୀନୀ ଦ୍ବାରା ମରାମତି କରାଯାଇଥାଏ । ବିମାନଟି ତେହେରାନ ବିମାନବନ୍ଦରରୁ ବୁଧବାର ସକାଳ ୬ଟା ୧୦ମିନିଟରେ ଉଡାଣ ଭରିଥିଲା । ଉଡାଣ ଭରିବାର କିଛି ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ଥ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.