ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାର ଆସିଲା ସିସିଟିଭି ଫୁଟେଜ୍, ୧୩ରେ ପହଞ୍ଚିଲା ଗିରଫ ସଂଖ୍ୟା

Published By : Prameya-News7 Bureau | November 11, 2023 IST

ବରଗଡ ୧୧।୧୧: ବରଗଡ ଅମ୍ବାଭୋନା ଥାନାରେ ବ୍ୟାପକ ଭଙ୍ଗାରୁଜା ଘଟଣାର ଆସିଲା ସିସିଟିଭି ଫୁଟେଜ୍ । ଗତ ୫ ତାରିଖ ରବିବାର ଦିନ ପ୍ରଥମେ ପ୍ରାୟ ୨୫ରୁ ୩୦ଜଣ ଯୁବକ ଥାନାକୁ ଆସିଥିଲେ । ଥାନା ଅଧିକାରୀ ବୁଲୁ ମୁଣ୍ଡାଙ୍କ ସହ ପ୍ରଥମେ ଆଲୋଚନା କରିଥିଲେ । ପରେ ଶତାଧିକ ଯୁବକ ଅମ୍ବାଭୋନା ଥାନାକୁ ଧସେଇ ପଶି ଭଙ୍ଗାରୁଜା କରିଥିଲେ ।

ତେବେ ତାମଦେଇକୁ ବଣଭୋଜି କରିବା ପାଇଁ ଯାଇଥିବା କିଛି ଯୁବକ କିଛି ନିଶା ସାମଗ୍ରୀ ରଖିଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ପରେ ସେହି ବଣଭୋଜି ସ୍ଥଳକୁ ଯାଇ ଅତର୍କିତ ଚଢ଼ାଉ କରିଥିଲା । ତେବେ କୋଣସି ନିଶା ସାମଗ୍ରୀ ନପାଇବାରୁ ଯୁବକମାନଙ୍କ ସହ ବଚସା ହୋଇଥିଲା । ଥାନା ଅଧିକାରୀ ସଦଳବଳ ଅମ୍ବାଭୋନା ଥାନାକୁ ଫେରି ଆସିଥିଲେ । ପରେ ଉକ୍ତ ଯୁବକମାନେ ଥାନାକୁ ଯାଇ ପୋଲିସ ସହ ଆଲୋଚନା କରୁଥିବା ସମୟରେ ଶତାଧିକ ଯୁବକ ଥାନା ଭିତରକୁ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ ।

ତେବେ ଥାନାର ସମସ୍ତ  ଝରକା ଓ କବାଟ କାଚ, ଆସବାବପତ୍ର, କମ୍ପ୍ୟୁଟର, ସିସିଟିଭିକୁ ଭାଙ୍ଗି ଫେରାର ହୋଇଯାଇଥିଲେ । ତେବେ ଘଟଣାସ୍ଥଳରେ ବରଗଡ଼ ଏସ୍‌ପି ଓ ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ଉକ୍ତ ଘଟଣାର ତଦନ୍ତ କରି ସିସିଟିଭି ଆଧାରରେ ପୋଲିସ ୧୦୨ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅନ୍ୟପଟେ ଗିରଫ ସଂଖ୍ୟା ୧୩ରେ ପହଞ୍ଚିଛି ।

You Can Read :

wp:embed {"url":"https://www.prameyanews7.com/woman-died-after-landslide-in-moram-mines-in-keonjhar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/woman-died-after-landslide-in-moram-mines-in-keonjhar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.