ସଫଳତାର ୧୦୦% ଗ୍ୟାରେଣ୍ଟି ଦେଉଥିବା କୋଚିଂ ସଂସ୍ଥା ଉପରେ ହେବ ଆକ୍ସନ, କେନ୍ଦ୍ର ଆଣୁଛି କଠୋର ନିୟମ

Published By : Prameya-News7 Bureau | January 09, 2024 IST

ନୂଆଦିଲ୍ଲୀ: ବିଜ୍ଞାପନ ଜରିଆରେ ଆଶାୟୀ ଏବଂ ବିଦ୍ୟାର୍ଥୀଙ୍କୁ ଭ୍ରମିତ କରୁଥିବା ଏବଂ ଶତ ପ୍ରତିଶତ ସଫଳତା ଗ୍ୟାରେଣ୍ଟ ଦେଉଥିବା କୋଚିଂ ସଂସ୍ଥାଗୁଡିକ ଉପରେ ସରକାର କଠୋର ହେବାକୁ ଯାଉଛନ୍ତି । ସେମାନଙ୍କ ମିଛ ପ୍ରତିଶ୍ରୁତି ଥିବା ବିଜ୍ଞାପନ ଉପରେ ନିୟନ୍ତ୍ରଣ ଏବଂ ମନମାନୀ ରୋକିବା ପାଇଁ କେନ୍ଦ୍ର ସରକାର ନିୟମାବଳି ପ୍ରସ୍ତୁତ କରିଛନ୍ତି । ଯାହାକୁ ସମସ୍ତେ ମାନିବା ପାଇଁ ବାଧ୍ୟ ହେବେ । କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ (ସିସିପିଏ)ର ନୂଆ ନିୟମାବଳି ପରିସରରେ ଅନଲାଇନ ଏବଂ ଅଫଲାଇନ ଉଭୟ ମୋଡ୍‌ରେ ଚାଲିଥିବା କୋଚିଂ ସଂସ୍ଥାକୁ ଅଣାଯିବ ।

ଆଶାୟୀଙ୍କ ହିତର ରକ୍ଷା ପାଇଁ ପ୍ରାଧିକରଣ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କମିଟିର ପ୍ରଥମ ବୈଠକ ମଙ୍ଗଳବାର ହୋଇଥିଲା । ଏଥିରେ ମାର୍ଗଦର୍ଶିକା ଡ୍ରାଫ୍ଟ ଉପରେ ଚର୍ଚ୍ଚା ପରେ ଚୂଡାନ୍ତ ରୂପ ଦିଆଯାଇଛି । ଏଥିରେ କଣ କରାଯିବ ଏବଂ କଣ ନୁହେଁ ତାହା ମଧ୍ୟ କମିଟି ସ୍ପଷ୍ଟ କରିଛି । ପ୍ରଧିକରଣ କହିଛି ଯେ ସେ କୋଚିଂ ସଂସ୍ଥାଗୁଡିକର ଭ୍ରମ ସୃଷ୍ଟିକାରୀ ବିଜ୍ଞାପନ ବିରୋଧରେ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କୋଚିଂ ସଂସ୍ଥାର ସଫଳତା ହାର, ଚୟନ ହୋଇଥିବା ଆଶାୟୀଙ୍କ ସଂଖ୍ୟା ଏବଂ କୌଣସି ମିଛ ଦାବି କରିବେ ନାହିଁ ।

ପଢନ୍ତୁ: ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ବାପାମା’ ଦାୟୀ, କୋଚିଂ ସେଣ୍ଟର ନୁହେଁ: ସୁପ୍ରିମକୋର୍ଟ

ପ୍ରାଧିକରଣ ପକ୍ଷରୁ ଏହି ପଦକ୍ଷେପ ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ସାରା ଦେଶର ୩୧ କୋଚିଂ ସଂସ୍ଥାନକୁ ନୋଟିସ ପଠାଇବା ଏବଂ ୯ ଉପରେ ଜରିମାନା ଲଗା ଯିବାର କିଛି ମାସ ପରେ ନିଆଯାଇଛି । ପ୍ରାଧିକାରଣ କହିଛି ଯେ ଏହି ମାର୍ଗଦର୍ଶିକା ସମସ୍ତ ସଂସ୍ଥା ଉପରେ ଲାଗୁ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.