ଗୁଗଲ ଉପରେ ୧,୩୩୭.୭୬ କୋଟି ଟଙ୍କାର ଜରିମାନା ଲଗାଇଲା ସିସିଆଇ, ଜାଣନ୍ତୁ କ'ଣ ରହିଛି କାରଣ...

Published By : Prameya-News7 Bureau | October 20, 2022 IST

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ଼ ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ ଗୁଗଲ ଉପରେ ଭାରତୀୟ ପ୍ରତିଯୋଗିତା ଆୟୋଗ (Competition Commission of India-CCI) ୧,୩୩୭.୭୬ କୋଟି ଟଙ୍କାର ଜରିମାନା ଲାଗୁ କରିଛି । ସୂତ୍ର ଅନୁସାରେ ସିସିଆଇ ଆନରଏଡ୍ ମୋବାଇଲ ଉପକରଣ ବଜାରରେ ମଜୁଭତ ସ୍ଥିତିର ଦୁରୁପଯୋଗ ନେଇ ଗୁଗଲ ଉପରେ ଏହି ଜରିମାନା ଲାଗୁ କରାଯାଇଛି ।

ଇଣ୍ଟରନେଣ୍ଟ ସର୍ଚ୍ଚ କମ୍ପାନିକୁ ଅନୁଚିତ ବ୍ୟବସାୟୀକ ଗତିବିଧିକୁ ବନ୍ଦ କରିବାକୁ ସିସିଆଇ ନିର୍ଦ୍ଦେଶ ଦେଇଛି । ଆୟୋଗ ଗୁରୁବାର ଏକ ଆନୁଷ୍ଠାନିକ ବୟାନରେ କହିଛି ଯେ ଗୁଗଲ ଏକ ନିର୍ଦ୍ଦାରିତ ସମୟସୀମା ଭିତରେ ନିଜର କାର୍ଯ୍ୟଶୈଳୀକୁ ସଂଶୋଧିତ କରିବାକୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଗୁଗଲ ଆନରଏଡ ଓଏସର ପରିଚାଳନା କରିଥାଏ । ଏଥିପାଇଁ ଅନ୍ୟ କମ୍ପାନି ଗୁଡିକୁ ମଧ୍ୟ ଲାଇସେନ୍ସ ଜାରି କରାଯାଇଥାଏ । ଗୁଗଲର ଓଏସ ଏବଂ ଆପର ବ୍ୟବହାର ଓଇଏମଏସ ଅର୍ଥାତ ଅରିଜିନାଲ ଇକ୍ୱିପମେଣ୍ଟ ମ୍ୟାନୁଫେକର ନିଜ ମୋବାଇଲ ଡିଭାଇସ ପାଇଁ କରିଥାଏ । ଓଏସ ଏବଂ ଆପର ବ୍ୟବହାରକୁ ନେଇ ଅନେକ ପ୍ରକାର ଚୁକ୍ତି ହୋଇଥାଏ, ଏହାକୁ ମୋବାଇଲ ଆପ୍ଲିକେସନ ଡିଷ୍ଟ୍ରିବ୍ୟୁସନ ଏଗ୍ରୀମେଣ୍ଟ କୁହାଯାଏ।

ଏହା ପୂର୍ବରୁ ସିସିସଆଇ ନିର୍ଦ୍ଦେଶ ଅନୁସାରେ, ୨୦୧୮ ଫେବ୍ରୁଆରୀ ୮ରେ ମଧ୍ୟ ଗୁଗଲ ଉପରେ ୧୩୫.8୬ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଥିଲା। ଏହି ସମୟରେ ଗୁଗଲ ଅନଲାଇନ ସର୍ଚ୍ଚ ଏବଂ ବିଜ୍ଞାପନ ବଜାରରେ ନିଜ ମଜଭୁତ ସ୍ଥିତିର ଦୁରୁପଯୋଗ କରିଥିବା ସିସିଆଇ ଅଭିଯୋଗ ଆଣିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.