ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ବିୟର କମ୍ପାନୀଙ୍କ ବିରୋଧରେ ଭାରତ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଲାଗିଲା ୮୭୩ କୋଟିର ଜରିମନା

24/09/2021 at 10:09 PM

ନୂଆଦିଲ୍ଲୀ ୨୪।୯: ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ) ଶୁକ୍ରବାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କରେ ବିୟରର ବିକ୍ରି ଓ ବିପଣନରେ ହେଉଥିବା ବ୍ୟବସାୟୀକ ଗୋଷ୍ଠୀ ଲାଗି ୩ଟି ବିୟର କମ୍ପାନୀଙ୍କ ସମେତ ବିଭିନ୍ନ ଲୋକଙ୍କ ଉପରେ ୮୭୩ କୋଟି ଟଙ୍କାର ଜରିମାନା କରିଛନ୍ତି। ବଜାର ନିୟମର ଉଲ୍ଲଂଘନ ଲାଗି ସିସିଆଇ ୟୁନାଇଟେଡ ବ୍ରିୱେରିଜ ଲମିଟେଡ (ୟୁବିଏଲ), କାର୍ଲ୍ସବର୍ଗ ଇଣ୍ଡିଆ ଓ ଅଲ ଇଣ୍ଡିଆ ବ୍ରୁଓର୍ସ ଆସୋସିଏସନ (ଏଆଇବିଏ)ଙ୍କ ଉପରେ ଏହି ଜରିମନା ଲଗାଇଛନ୍ତି।

ସିସିଆଇ ଭାରତରେ ବିୟର ପ୍ରସ୍ତୁତ କରୁଥିବା ୩ କମ୍ପାନୀ ୟୁବିଏଲ, ଏସଏବି ମିଲ୍ଲର ଇଣ୍ଡିଆ ଲମିଟେଡ ଯାହାର ନାମ ଏବେ ଏନେହୟୁଜର ବୁଷ ଇଭିବ୍ ଇଣ୍ଡିଆ ଲିମିଟେଡ (ଏବି ଇନବେଭ) ଓ କାର୍ଲସବର୍ଗ ଇଣ୍ଡିଆ ପ୍ରାଇଭେଟ ଲିମିଟେଡଙ୍କ ବିରୋଧରେ ଏକ ଅନ୍ତରୀଣ ଆଦେଶ ମଧ୍ୟ ଜାରି କରିଛନ୍ତି। ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ଅଧିକାରୀକ ବୟାନରେ ଏହି କମ୍ପାନୀମାନେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କରେ ବିୟର ବିକ୍ରି ଓ ଯୋଗାଣରେ ବ୍ୟବସାୟୀକ ଗୋଷ୍ଠୀ କରିବା ଗତିବିଧିରେ ଜଡିତ ଥିବା ଜଣାପଡିଛି ବୋଲି କହିଛନ୍ତି।

ଏହା ସତ୍ତ୍ୱେ ଆୟୋଗ ସେମାନଙ୍କୁ ଜରିମାନାରେ ରିହାତି ଦେଇଥିବା କହିଛନ୍ତି। ଏଥିରେ ୟୁବିଏଲକୁ ୪୦ ପ୍ରତିଶତ, ସିଆଇପିଏଲକୁ ୨୦ ପ୍ରତିଶତ ଓ ଏବିଇନବେଭକୁ ୧୦୦ ପ୍ରତିଶତ ରିହାତି ଦିଆଯାଇଥିବା କହିଛନ୍ତି। ଆୟୋଗ ୟୁବିଏ ଉପରେ ୭୫୨ କୋଟି ଟଙ୍କା ଜରିମାନା କରିଥିବା ବେଳେ କାର୍ଲସବର୍ଗ ବିରୋଧରେ ୧୨୧ କୋଟି ଟଙ୍କା ଜରିମନା କରିଛନ୍ତି। ଏଆଇବିଏ ଓ ବିଭିନ୍ନ ବ୍ୟକ୍ତିଙ୍କ ବିରୋଧରେ ୬.୨୫ ସକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।

   Related Posts