ନୂଆଦିଲ୍ଲୀ ୨୭।୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତିୟ କ୍ୟାବିନେଟ୍ କମିଟି (ସିସିଇଏ) ବୈଠକରେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ଙ୍କ ଅଧିକୃତ ପଞ୍ଜିବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଫସିଆଇଙ୍କ ଅଧିକୃତ ପୁଞ୍ଜି ଏବେ ୩ ହଜାର ୫ଶହ କୋଟି ଟଙ୍କା ରହିଛି। ତେବେ କ୍ୟାବିନେଟ୍ ଅନୁମୋଦନ ପରେ ଏହି ପରିମାଣ ୧୦ ହଜାର କୋଟି ଟଙ୍କାକୁ ବଢିବ।
{"id":190804,"width":579,"height":331,"sizeSlug":"large"}
କ୍ୟାବିନେଟଙ୍କ ଏହି ନିଷ୍ପତ୍ତି ଯୋଗୁ ଏଫସିଆଇ ଖାଦ୍ୟଶଶ୍ୟ ଭଣ୍ଡାର ଲାଗି ଏବେ ଅତିରିକ୍ତ ଅର୍ଥ ଯୋଗାଇପାରିବେ। ସେହିପରି କେନ୍ଦ୍ର ବଜେଟ ମାଧ୍ୟମରେ ଅତିରିକ୍ତ ଇକ୍ୟୁଟି ପୁଞ୍ଜିକୁ ଏବେ ନିଗମରେ ଉପଯୋଗ କରାଯାଇପାରିବ। ଫଳରେ ଏଫସିଆଇଙ୍କ ଋଣଭାର ହ୍ରାସ ସହ ସୁଧ ବାବଦ ଖର୍ଚ୍ଚ ମଧ୍ୟ ସଞ୍ଚୟ ହେବ। ସେହିପରି ଖାଦ୍ୟ ସବସିଡି ମଧ୍ୟ ହ୍ରାସ ହେବ ବୋଲି ଆନୁମାନ କରାଯାଉଛି।
{"id":190806,"width":580,"height":394,"sizeSlug":"large"}
ସେହିପରି ବୈଠକରେ ଝୋଟ ଅଖାରେ ଖାଦ୍ୟଶଶ୍ୟ ଓ ଚିନି ବାଧ୍ୟତାମୂଳକ ପ୍ୟାକେଜିଂ ନିୟମ ସମ୍ପ୍ରସାରଣ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ଦିଆଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଏଫସିଆଇର ଝୋଟ ଅଖା ପ୍ୟାକେଜିଂ ଜାରି ରହିବ। କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ୧୦୦ ପ୍ରତିଶତ ଖାଦ୍ୟଶଶ୍ୟ ଓ ୨୦ ପ୍ରତିଶତ ଚିନି ପ୍ୟାକେଜିଂ ଝୋଟ ଅଖାରେ ହେବ। ସରକାରଙ୍କ ଏଭଳି ନିଷ୍ପତ୍ତି ଯୋଗୁ ଦେଶର ଝୋଟ ଉଦ୍ୟୋଗ ଲାଭବାନ ହେବେ ବୋଲି ଆଶା କରାଯାଉଛି। ଏହି ସବୁ ଝୋଟ ଅଖା ଜେଇଏମ ପୋର୍ଟାଲରେ ନିଲାମ ଦ୍ୱାରା ହାସଲ କରିବା ଲାଗି ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଯୋଗୁ ବିଶେଷ କରି ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ, ମେଘାଳୟ ଓ ତ୍ରିପୁରାର ଝୋଟ ଚାଷୀ ଏବଂ ଶ୍ରମିକମାନେ ଲାଭବାନ ହେବେ।