oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

CBI ଜାଲରେ ଶିଳ୍ପପତି ମହିମା ମିଶ୍ର, କଟକ ପାରାଦୀପର ବିଭିନ୍ନ ସ୍ଥାନରେ ରେଡ୍

4/08/2022 at 12:10 PM

କଟକ ୦୪/୦୮: ବଢିଲା ବିଶିଷ୍ଟ ଶିଳ୍ପପତୀ ମହିମା ମିଶ୍ରଙ୍କ ଅଡୁଆ । ସିବିଆଇ ଜାଲରେ ଫସିଛନ୍ତି ଶିଳ୍ପପତି ମହିମା ମିଶ୍ର । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ରେଡ କରାଯାଇଥିବା ସୂଚନା । ଏହାସହ କଟକ ଲିଙ୍କରୋଡ ସ୍ଥିତ OSL କାର୍ଯ୍ୟାଳୟରେ ଚଢାଉ କରପାଇଛି । ସେହିଭଳି ଓଡିଆ ବଜାରରେ ଥିବା ମହିମା ମିଶ୍ରଙ୍କ ବାସଭବନରେ ବି ରେଡ ହୋଇଛି । ତେବେ ଏହି ରେଡ୍ କାରଣ କଣ ତାହା ଜଣାପଡିନି ।

ସୂଚନା ଥାଉକି ବହୁଚର୍ଚ୍ଚିତ ସିୱେଜ ସିପିଙ୍ଗ୍‌ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ ପାରାଦ୍ୱିପ ଶାଖାର ପରିଚାଳକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇଥିବା ଶିଳ୍ପପତି ମହିମା ମିଶ୍ରଙ୍କୁ ୨୦୨୧ ନଭେମ୍ୱର ମାସରେ ମିଳିଥିଲା ଜାମିନ୍‌ । ବ୍ୟବସାୟିକ ଶତ୍ରୁତା କାରଣରୁ ସିୱେଜ ସିପିଙ୍ଗ୍‌ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ ପାରାଦ୍ୱିପ ଶାଖାର ପରିଚାଳକ ମହେନ୍ଦ୍ର ସ୍ୱାଇଁଙ୍କୁ ୨୬ ଅକ୍ଟୋବର ୨୦୧୬ରେ ତାଙ୍କ କାର୍ଯ୍ୟାଳୟକୁ ଯିବାବେଳେ ବୋମା ଫିଙ୍ଗି ହତ୍ୟା କରାଯାଇଥିଲା ।

ମହିମା ମିଶ୍ରଙ୍କ ଇଙ୍ଗିତରେ ମହେନ୍ଦ୍ରଙ୍କୁ ହତ୍ୟା କରାଯାଇଥିଲା । ତେବେ ମୁଖ୍ୟ ଅଭିଯୁକ୍ତ ମହିମା ମିଶ୍ର ଚେନ୍ନାଇ, ଦିଲ୍ଲୀ, ନେପାଳ ବାଟ ଦେଇ ଥାଇଲାଣ୍ଡରେ ଯାଇ ଲୁଚିଥିଲେ । ପୋଲିସ ପକ୍ଷରୁ ଲୁକଆଉଟ ନୋଟିସ ଜାରି କରାଯିବା ପରେ ମହିମାଙ୍କୁ ବ୍ୟାଙ୍କକ୍‌ରୁ ଗିରଫ କରାଯାଇ ଓଡ଼ିଶା ଅଣାଯାଇଥିଲା ।

   Related Posts