scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

CBSEର ବଡ଼ ନିଷ୍ପତ୍ତି, ୧୦ମ-ଦ୍ବାଦଶ ପିଲାଙ୍କ ପାଇଁ ପରୀକ୍ଷାରୁ ହଟିଲା ଡିଭିଜନ ଓ ଡିଷ୍ଟିଙ୍କସନ

1/12/2023 at 6:04 PM

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଖୁବଶୀଘ୍ର ୨୦୨୪ ଦଶମ ଏବଂ ଦ୍ବାଦଶ ପରୀକ୍ଷା କାର୍ଯ୍ୟସୂଚୀ ଜାରି କରିପାରେ। ହେଲେ ଏହା ପୂର୍ବରୁ ବୋର୍ଡ କିଛି ବଡ଼ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ମାର୍କ ଶତକଡ଼ାକୁ ନେଇ ରହିଛି। ସୂଚନା ଅନୁଯାୟୀ, ଏଣିକି ସିବିଏଇ ୧୦ମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷାରେ କୌଣସି ଡିଭିଜନ କିମ୍ବା ଡିଷ୍ଟିଙ୍କସନ ରଖିବ ନାହିଁ।

ସିବିଏସଇ ପରୀକ୍ଷା ନିୟନ୍ତ୍ରକ ସଂଯମ ଭାରଦ୍ବାଜଙ୍କ ସୂଚନା ଅନୁଯାୟୀ, ଏଣିକି ସିବିଏସଇ ୧୦ମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷାରେ କୌଣସି ଡିଭିଜିନ ଏବଂ ଡିଷ୍ଟିଙ୍କସନ ଦେବନାହିଁ। ସେ ଆହୁରି କହିଛନ୍ତି ବୋର୍ଡ ସମୁଦାୟ ମାର୍କ, ପ୍ରତିଶତ ମଧ୍ୟ ଦେବନାହିଁ। କିନ୍ତୁ ଯଦି ଉଚ୍ଚଶିକ୍ଷା କିମ୍ବା ଚାକିରି ପାଇଁ କେହି ଛାତ୍ରଙ୍କୁ ମାର୍କ ପ୍ରତିଶତର ଆବଶ୍ୟକ ହେବ ତେବେ​‌ ସେ ପଢ଼ୁଥିବା ସଂସ୍ଥାଙ୍କ ଠାରୁ ନେଇପାରିବେ। ଯଦି କୌଣସି ଛାତ୍ର ପାଞ୍ଚରୁ ଅଧିକ ବିଷୟ ନେଇଛନ୍ତି, ତେବେ ସର୍ବୋତ୍ତମ ପାଞ୍ଚ ବିଷୟରେ ଥିବା ମାର୍କକୁ ଆଧାର କରି ମାର୍କସିଟ୍‌ ପ୍ରସ୍ତୁତ କରାଯିବ।

ଆହୁରି ପଢ଼ନ୍ତୁ: ସ୍କୁଲ ବହିରେ ସାମିଲ୍‌ ହେବ ରାମାୟଣ ଏବଂ ମହାଭାରତ, NCERT କୁ ସୁପାରିଶ

ଏହା ପୂର୍ବରୁ ସିବିଏସଇ ମେରିଟ ଲିଷ୍ଟ ଜାରି କରିବା ପ୍ରଥା ମଧ୍ୟ ସମାପ୍ତ କରିଥିଲା। ଏହା ଦ୍ବାରା ବୋର୍ଡ ପରୀକ୍ଷା ଟପରଙ୍କ ତାଲିକା ମଧ୍ୟ ଜାରି ହେଉନାହିଁ। ଉଲ୍ଲେଖଯୋଗ୍ୟ, ହେବାକୁ ଥିବା ୨୦୨୪ ବୋର୍ଡ ପରୀକ୍ଷା ପାଇଁ ଖୁବଶୀଘ୍ର ସିଡ୍ୟୁଲ ଘୋଷଣା ହୋଇପାରେ। ଚଳିତ ଥର ୧୦ମ ଏବଂ ଦ୍ବାଦଶ ଶ୍ରେଣୀର ପ୍ରାୟ ୩୫ ଲକ୍ଷରୁ ଅଧିକ ଛାତ୍ରଙ୍କ  ପଞ୍ଚିକରଣ କରାଯାଇଛି।

ଆହୁରି ପଢ଼ନ୍ତୁ: NCERTଙ୍କ ରାମାୟଣ ଓ ମହାଭାରତ ପଢାଇବା ପ୍ରସ୍ତାବକୁ ମୁସ୍ଲିମ ପର୍ସନାଲ ଲ ବୋର୍ଡର ସମର୍ଥନ, ତେବେ ଏହି ସର୍ତ୍ତରେ

   Related Posts