oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଜୁଲାଇ ୩୧ରେ ସିବିଏସଇ ଦ୍ୱାଦଶ ରେଜଲ୍ଟ ! ଦଶମ ଓ ଏକାଦଶ ମାର୍କ ଆଧାରରେ ଫଳାଫଳ

17/06/2021 at 12:03 PM

ନୂଆଦିଲ୍ଲୀ,୧୭/୬ :    ସିବିଏସଇ ବୋର୍ଡ ଦ୍ୱାରା ଦ୍ୱାଦଶ ପରୀକ୍ଷାର ମାର୍କସିଟ୍ ପ୍ରସ୍ତୁତ ପାଇଁ ଗଠିତ ୧୩ ଜଣିଆ କମିଟି ଗୁରୁବାର ସୁପ୍ରିମକୋର୍ଟଙ୍କୁ ନିଜର ରିପୋର୍ଟ ପ୍ରଦାନ କରିଛନ୍ତି । ସିବିଏସଇ କହିଛି ଯେ, ଦଶମ, ଏକାଦଶ ଓ ଦ୍ୱାଦଶ ପ୍ରି ବୋର୍ଡ ରେଜଲ୍ଟକୁ ଭିତ୍ତି କରି ଦ୍ୱାଦଶର ଫାଇନାଲ ରେଜଲ୍ଟ ପ୍ରକାଶ ପାଇବ । ୩୧ ଜୁଲାଇ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୁପ୍ରିମକୋର୍ଟରେ କହିଛନ୍ତି କେନ୍ଦ୍ର ସରକାରଙ୍କ ଆଟର୍ଣ୍ଣିଂ ଜେନେରାଲ ।

ସିବିଏସଇ କହିଛି ଯେ, ଦଶମରେ ୫ଟି ବିଷୟରୁ ୩ଟି ବଷୟରେ ରଖିଥିବା ସବୁଠାରୁ ଭଲ ମାର୍କକୁ ନିଆଯିବ, ସେହିପରି ଏକାଦଶରେ ୫ଟି ବିଷୟର ଆଭରେଜ ଓ ଦ୍ୱାଦଶ ପ୍ରି ବୋର୍ଡରେ ଲିଖିତ ଓ ପ୍ରାକ୍ଟିକାଲ ପରୀକ୍ଷାର ନମ୍ବର ନିଆଯିବ । ଦଶମ ନମ୍ବରକୁ ୩୦ ପ୍ରତିଶତ, ଏକାଦଶର ୩୦ ପ୍ରତିଶତ ଓ ଦ୍ୱାଦଶ ନମ୍ବରର ୪୦ ପ୍ରତିଶତ ହିସାବକୁ ନେଇ ରେଜଲ୍ଟ ପ୍ରକାଶ ପାଇବ ।

ସୁପ୍ରିମକୋର୍ଟରେ ସିବିଏସଇ ଆହୁରି ମଧ୍ୟ କହିଛି ଯେ, ରେଜଲ୍ଟ ପାଇଁ ଗଠିତ ସମିତି ପରୀକ୍ଷାର ବିଶ୍ୱସନୀୟତା ଆଧାରରେ ନିଷ୍ପତ୍ତି ନେଇଛି । ସ୍କୁଲକୁ ପ୍ରିବୋର୍ଡ ପରୀକ୍ଷାର ନମ୍ବର ପ୍ରଦାନ କରିବାକୁ ହେବ । ସିବିଏସଇ ଦ୍ୱାରା ପରିଚାଳିତ ହଜାରରୁ ଅଧିକ ସ୍କୁଲରୁ ପ୍ରତ୍ୟୋକ ପାଇଁ ପରିଣାମ ସମିତି ଗଠନ କରାଯିବ । ସ୍କୁଲର ୨ ବରିଷ୍ଠ ଶିକ୍ଷକ ଓ ପଡୋଶୀ ସ୍କୁଲର ଜଣେ ମଡରେସନ୍ କମିଟି ଭାବେ କାର୍ଯ୍ୟ କରିବେ । ଯେପରି ସ୍କୁଲ ଅଧିକ ମାର୍କ ବା ବଢାଇ ଚଢାଇ ମାର୍କ ନଦିଏ ତା ଉପରେ ନଜର ରଖାଯିବ । ଏହି କମିଟି ଛାତ୍ରଙ୍କ ଗତ ୩ ବର୍ଷର ପ୍ରଦର୍ଶନକୁ ମୂଲ୍ୟାୟନ କରିବ ।

ସୂଚନାଯୋଗ୍ୟ, ଗତ ଜୁନ ୪ ତାରିଖରେ ସିବିଏସଇ ଆସେସମେଣ୍ଟ୍ ପଲିସି ପାଇଁ ୧୩ ଜଣିଆ କମିଟି ଗଠନ କରିଥିଲା । କମିଟିଖୁ ରିପୋର୍ଟ ପ୍ରଦାନ ପାଇଁ ୧୦ ଦିନ ସମୟ ଦିଆଯାଇଥିଲା । ରେଜଲ୍ଟକୁ ନେଇ ଅନେକ ଆଲୋଚନା କରାଯାଇଥିଲା । ଏହାସହ ଛାତ୍ରମାନେ ଯଦି ରେଜଲ୍ଟକୁ ନେଇ ଖୁସି ନଥିବେ ସେମାନେ ସ୍ଥିତି ସୁଧୁରିଲେ ଆଉ ଥରେ ପରୀକ୍ଷା ଦେଇପାରିବେ ବୋଲି ସରକାର କହିଥିଲେ ।

   Related Posts