ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ
29/05/2018 at 10:36 AM

ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ । ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ । ଚଳିତ ବର୍ଷ ମୋଟ ୮୬.୭୦ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଛାତ୍ରଙ୍କ ଠାରୁ ଛାତ୍ରୀଙ୍କ ପାସହାର ୩.୩୫% ଅଧିକ ରହିଛି । ଛାତ୍ରୀଙ୍କ ପାସ ହାର ୮୮.୬୭% ଥିବା ବେଳେ ଛାତ୍ରଙ୍କ ପାସ୍ ହାର ୮୫.୩୨% ରହିଛି । ଗୁରଗାଓଁର ପ୍ରଖର ମିତ୍ତଲ ଏଥର ଟପ୍ପର ହୋଇଛନ୍ତି । ପ୍ରଖର ମୋଟ୍ ୫ଶହ ନମ୍ବରରୁ ୪୯୯ ନମ୍ବର ରଖିଛନ୍ତି । ରିମ୍ ଝିମ୍ ଅଗ୍ରୱାଲ ଦ୍ବିତୀୟ ପିଆର ପବ୍ଲିକ ସ୍କୁଲ ବିଜନୋର,ନନ୍ଦିନୀ ଗର୍ଗ ତୃତୀୟ ସ୍କଟିସ୍ ଇଣ୍ଟରନ୍ୟାସନାଲ ସ୍କୁଲ, ଶ୍ରୀ ଲକ୍ଷ୍ମୀ ଚତୁର୍ଥ ଭବନ ବିଦ୍ୟାଳୟ କୋଚିନ। ଚଳିତ ବର୍ଷ ମୋଟ ୧୬ ଲକ୍ଷ ୨୪ ହଜାର ୬୮୨ ଜଣ ପରୀକ୍ଷା ଦେଇଥିଲେ ସେମାନଙ୍କ ମଧ୍ୟରୁ ୧୪ ଲକ୍ଷ ୮ ହଜାର ୫୯୪ ଜଣ କୃତକାର୍ଯ୍ୟ ହୋଇଛନ୍ତି । ୯୦%ରୁ ଅଧିକ ମାର୍କ ରଖିଛନ୍ତି ୧ ଲକ୍ଷ ୩୧ ହଜାର ୪୯୩ ଜଣ, ସେହିପରି ୯୫%ରୁ ଅଧିକ ମାର୍କ ରଖିଛନ୍ତି ୨୭ ହଜାର ୪୭୮ ଜଣ । ସିବିଏସଇ ଅଫିସିଆଲ୍ ୱେବସାଇଟ୍ cbse.nic.in ଏବଂ cbseresults.nic.in ରେ ରେଜଲ୍ଟ ଉପଲବ୍ଧ ହେଉଛି । ଚଳିତ ବର୍ଷ ମାର୍ଚ୍ଚ ୪ ରୁ ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ସିବିଏସଇ ଦଶମ ପରୀକ୍ଷା ହୋଇଥିଲା । ତେବେ ଇଂରାଜୀ ପ୍ରଶ୍ନପତ୍ରରେ ତ୍ରୁଟି ଥିବାରୁ ସେହି ପେପରରେ ପରୀକ୍ଷାର୍ଥୀଙ୍କୁ ୨ ନମ୍ବର ଗ୍ରେସ୍ ଦେବାକୁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନେଇଥିଲା ।