ଖୁବ୍ ଶୀଘ୍ର ଘୋଷଣା ହେବ ସିବିଏସଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ

Published By : Prameya-News7 Bureau | May 05, 2020 IST

ନୂଆଦିଲ୍ଲୀ ୦୫।୦୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ର ଶ୍ରେଣୀ ୧୦, ୧୨ ଶ୍ରେଣୀ ପାଇଁ ଅବଶିଷ୍ଟ ପରୀକ୍ଷାର ତାରିଖ ଖୁବଶୀଘ୍ର ଘୋଷଣା କରାଯିବ । ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଏନେଇ ସୂଚନା ଦେଇଛନ୍ତି । NEET ସହିତ ସିବିଏସ୍ଇର ତାରିଖ ଘୋଷଣା କରିବ ବୋଲି ବୋର୍ଡ ନିୟନ୍ତ୍ରକ କିଛି ଦିନ ତଳେ ଘୋଷଣା କରିଥିଲେ ।  ତେବେ କେବେ ପରୀକ୍ଷା ତାରିଖ ଘୋଷଣା କରାଯିବ ସେନେଇ କିଛି ଘୋଷଣା କରାଯାଇନାହିଁ ।

{"id":265008,"sizeSlug":"large"}

ତେବେ ଗତ ସପ୍ତାହରେ, HRD ରାଜ୍ୟ ଶିକ୍ଷା ମନ୍ତ୍ରୀଙ୍କ ସହ ଏକ ବୈଠକ ହୋଇଥିଲା । ​​ଯେଉଁଠାରେ ସେମାନଙ୍କୁ କୁହାଯାଇଥିଲା ଯେ, ଦେଶବ୍ୟାପୀ ଲକଡାଉନ୍‌ ସମାପ୍ତ ହେବାର ପ୍ରାୟ ୧୦ ଦିନ ପରେ ସିବିଏସ୍ଇ ଅବଶିଷ୍ଟ ବୋର୍ଡ ପରୀକ୍ଷା କରିବାକୁ ପ୍ରସ୍ତୁତ ହେବ। CBSE ୧୦ ଏବଂ ୧୨ର ୪୧ଲମ୍ବିତ ପତ୍ର ପରିବର୍ତ୍ତେ ୨୯ ପ୍ରମୁଖ ପତ୍ରର ପରୀକ୍ଷା କରିବ | ଏଥିରେ ଉତ୍ତର-ପୂର୍ବ ଦିଲ୍ଲୀ ପାଇଁ ୧୦ମ ଶ୍ରେଣୀର ୧୦ଟି ପରୀକ୍ଷା ଏବଂ ସମଗ୍ର ଦେଶରେ ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ୧୨ ଟି ଏବଂ ଉତ୍ତର ପାଇଁ ୧୧ ଟି ବିଷୟ ସାମିଲ ହେବ। ସିବିଏସ୍ଇ ୧୮ ମାର୍ଚ୍ଚରେ ଉତ୍ତର ସ୍କ୍ରିପ୍ଟର ମୂଲ୍ୟାଙ୍କନ ପ୍ରକ୍ରିୟାକୁ ଅଟକାଇ ଦେଇଛି । ବୋର୍ଡ ଗୃହରୁ ପରୀକ୍ଷାର୍ଥୀଙ୍କୁ ଉତ୍ତର ସିଟ୍ ଦେବାକୁ ଯୋଜନା କରିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.