ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ପିଲାଙ୍କ ଉପରେ ବଢ଼ୁଛି ଚାପ: ଏପ୍ରିଲ ପୂର୍ବରୁ ଶିକ୍ଷାବର୍ଷ ଆରମ୍ଭ ନ କରିବାକୁ ସ୍କୁଲ୍‌ଗୁଡ଼ିକୁ CBSE ବୋର୍ଡର ଚେତାବନୀ

18/03/2023 at 5:31 PM

ନୂଆଦିଲ୍ଲୀ: ଅନେକ ସିବିଏସ୍‌ଇ ସ୍କୁଲ୍‌ରେ ଶ୍ରୀଘ୍ର ପାଠପଢ଼ା ଆରମ୍ଭ ହୋଇଯାଉଛି। ଏଥିପାଇଁ ଛାତ୍ରଛାତ୍ରୀଙ୍କ ଉପରେ ଚାପ ସୃଷ୍ଟି ହେଉଛି ଓ ଚିନ୍ତା ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ସିବିଏସ୍‌ଇ ସ୍କୁଲକୁ ଶୀଘ୍ର ପାଠ୍ୟବର୍ଷ ଆରମ୍ଭ କରିବାକୁ ମନା କରିଛି ବୋର୍ଡ। ପ୍ରତିବର୍ଷ ଏପ୍ରିଲ୍ ୧ ତାରିଖରୁ ପୂର୍ବରୁ ଶିକ୍ଷା ବର୍ଷ ଆରମ୍ଭ ନ କରିବାକୁ ବୋର୍ଡ ସ୍କୁଲଗୁଡ଼ିକୁ ଚେତାବନୀ ଦେଇଛି। ସିବିଏସ୍‌ଇ ସଚିବ ଅନୁରାଗ ତ୍ରିପାଠୀ ଏକ ନିର୍ଦ୍ଦେଶନାମା ଜାରି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ତା ସହିତ ସିବିଏସ୍‌ଇ କ୍ୟାଲେଣ୍ଡରକୁ ଅନୁସରଣ କରିବାକୁ ବୋର୍ଡ କହିଛି।

ତେବେ ବୋର୍ଡର ଏହି ନିର୍ଦ୍ଦେଶନାମା ଖୁବ୍ ବିଳମ୍ବ ଆସିଛି। କାରଣ ଅନେକ ସ୍କୁଲ୍‌ରେ ଶିକ୍ଷାବର୍ଷ ଆରମ୍ଭ ହୋଇଗଲାଣି। ବିଶେଷକରି ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଶିକ୍ଷାବର୍ଷ ଆରମ୍ଭ ହେବା ପରେ ବୋର୍ଡ ଏହି ନିର୍ଦ୍ଦେଶନାମା ଜାରି କରିଛି।

ଏଥିରେ କୁହାଯାଇଛି “ଚଳିତ ବର୍ଷ କିଛି ସହଯୋଗୀ ସ୍କୁଲ୍‌ ଖୁବ୍‌ଶୀଘ୍ର ସେମାନଙ୍କର ଶିକ୍ଷାବର୍ଷ ଆରମ୍ଭ କରିଦେଇଛନ୍ତି। କମ୍‌ ସମୟସୀମା ମଧ୍ୟରେ ପୂରା ପାଠ୍ୟ ବିଷୟ ସାରିବା ଉଦ୍ଦେଶ୍ୟରେ ସ୍କୁଲ୍‌ଗୁଡ଼ିକ ଏପରି କରୁଛନ୍ତି। ଏହାଦ୍ୱାରା ଛାତ୍ରମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି। ସେମାନେ ପଠାପଢ଼ିବା ପାଇଁ ସଂଘର୍ଷ କରୁଛନ୍ତି। ଫଳରେ ପାଠପଢ଼ା ଖରାପ ହେବା ସହ ସେମାନଙ୍କର ଚିନ୍ତା ବଢ଼ିଯାଉଛି।”

ଶିକ୍ଷାବର୍ଷ ଆରମ୍ଭ କରିବାର ପୂର୍ବ ପ୍ରସ୍ତୁତି ଯୋଗୁ ପିଲାମାନଙ୍କୁ ଅନ୍ୟ ସୃଜନଶୀଳ କରିବାକୁ ସୁଯୋଗ ମିଳିପାରୁ ନାହିଁ। ଶିକ୍ଷଣୀୟ ଦକ୍ଷତା(ଲର୍ଣ୍ଣିଂ ଲାଇପ୍‌ ସ୍କିଲ୍), ଶିକ୍ଷା ମୂଲ୍ୟାୟନ(ଭାଲ୍ୟୁ ଏଜୁକେସନ), ସ୍ୱାସ୍ଥ୍ୟ ଓ ଶାରିରୀକ ଶିକ୍ଷା(ହେଲ୍‌ଥ ଓ ଫିଜିକାଲ ଏଜୁକେସନ), କାର୍ଯ୍ୟମୂଳକ ଶିକ୍ଷା(ୱାର୍କ ଏଜୁକେସନ) ଏବଂ ସାମାଜିକ ସେବା(କମ୍ୟୁନିଟି ସର୍ଭିସ) ଆଦି କରିପାରୁ ନାହାନ୍ତି। ଯାହା ଶିକ୍ଷାବର୍ଷ ପାଇଁ ଆବଶ୍ୟକ।

ଚଳିତ ବର୍ଷ ଏପ୍ରିଲ ପହିଲା ଠାରୁ ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସିବିଏସ୍‌ଇ ଶିକ୍ଷା ବର୍ଷ ଆରମ୍ଭ ହେଉଛି। ତେଣୁ ଶିକ୍ଷାବର୍ଷର କ୍ୟାଲେଣ୍ଡରକୁ କଡ଼ା କଡି ଭାବେ ପାଳନ କରିବାକୁ ବୋର୍ଡ ସିବିଏସ୍‌ଇ ସଚିବ ଅନୁରାଗ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଥାଉକି ସିବିଏସ୍‌ଇ ବର୍ତ୍ତମାନ ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା କରୁଛି। ଉଭୟ ଶ୍ରେଣୀର ପରୀକ୍ଷା ଫେବ୍ରୁଆରୀ ୧୫ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଦଶମ ପରୀକ୍ଷା ମାର୍ଚ୍ଚ ୨୧ରେ ସରିବ ଓ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୫ ତାରିଖରେ ସରିବ।

   Related Posts