ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପରୀକ୍ଷା ତାରିଖ ଘୋଷଣା କଲା ସିବିଏସ୍ଇ
29/12/2022 at 9:06 PM

ନୂଆଦିଲ୍ଲୀ: ପରୀକ୍ଷା ତାରିଖ ଘୋଷଣା କଲା ସିବିଏସ୍ଇ। ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଶ୍ରେଣୀ ୧୦ ଓ ୧୨ ପାଇଁ ଆଜି(ଡିସେମ୍ବର ୨୯) ପରୀକ୍ଷା ତାରିଖ ଘୋଷଣା କରିଛି ବୋର୍ଡ। ଦଶମ ଶ୍ରେଣୀ ପରୀକ୍ଷା ୨୦୨୩ ଫେବ୍ରୁଆରୀ ୧୫ରୁ ମାର୍ଚ୍ଚ ୨୧ ତାରିଖ ମଧ୍ୟରେ ହେବ। ସେହିପରି ଶ୍ରେଣୀ ୧୨ ପାଇଁ ପରୀକ୍ଷା ଫେବ୍ରୁଆରୀ ୧୫ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ହେବ ବୋଲି ବୋର୍ଡ ଘୋଷଣା କରିଛି।
ସିବିଏସ୍ଇ ଦଶମ ପରୀକ୍ଷା ଚିତ୍ରାଙ୍କନ, ରାଇ, ଗୁରୁଙ୍ଗ, ତମାଙ୍ଗ, ଶେରପା ଏବଂ ଥାଇ ପେପରୁ ଆରମ୍ଭ ହେବ। ଏବଂ ମ୍ୟାଥମେଟିକ୍ସ ଷ୍ଟାଣ୍ଡାର୍ଡ ଓ ମ୍ୟାଥମେଟିକ୍ସ ବେସିକ୍ ପେପର୍ସରେ ଶେଷ ହେବ। ଅଧିକାଂସ ପରୀକ୍ଷାର ସକାଳ ୧୦.୩୦ରୁ ୧.୩୦ ପର୍ଯ୍ୟନ୍ତ ହେବ।
ଅନ୍ୟପଟେ ସିବିଏସ୍ଠଇ ୧୨ ଶ୍ରେଣୀ ପାଇଁ ଏଣ୍ଟରପ୍ରିନ୍ୟୋରସ୍ପି ପେପରୁ ପରୀକ୍ଷା ଆରମ୍ଭ ହୋଇ ସାଇକୋଲୋଜୀ ପେପରେ ସରିବ। ଦଶମ ଭଳି ଏଥିରେ ସକାଳ ୧୦.୩୦ରୁ ୧.୩୦ ପର୍ଯ୍ୟନ୍ତ ଅଧିକାଂଶ ପରୀକ୍ଷା ହେବ। ପରୀକ୍ଷା ତାରିଖ ଘୋଷଣା କରିବା ପରେ ସିବିଏସ୍ଇ କହିଛି ଯେ ଉଭୟ ଶ୍ରେଣୀ ପାଇଁ ଦୁଇଟି ବିଷୟ ମଧ୍ୟରେ ଯଥେଷ୍ଟ ସମୟ ଦିଆଯାଇଛି।
ଛାତ୍ର ଯେମିତି ଦୁଇଟି ବିଷୟର ପରୀକ୍ଷା ଗୋଟିଏ ଦିନରେ ନ ଦେବେ ସେପାଇଁ ପ୍ରସ୍ତୁତି କରି ତାରିଖ ଧାର୍ଯ୍ୟ କରାଯାଇଛି। ସେହିପରି ୧୨ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା ପୂର୍ବରୁ ଜେଇଇ ମ୍ୟାନ୍ ପରୀକ୍ଷାକୁ ବି ଧ୍ୟାନ ରଖି ପରୀକ୍ଷା ତାରିଖ ଘୋଷଣା କରାଯାଇଛି ବୋଲି ସିବିଏସ୍ଇ କହିଛି।
କେମିତି ହେବ ପରୀକ୍ଷା ପତ୍ର ?
ସିବିଏସ୍ଇ ଶ୍ରେଣୀ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବିଭିନ୍ନ ଫର୍ମାଟ୍ରେ ହେବ। ଯେଉଁଥଇରେ ଅବ୍ଜେକ୍ଟିଭ୍ ଟାଇପ, କଷ୍ଟ୍ରକ୍ଟିଭ ରେସ୍ପନ୍ସ ଟାଇପ୍(ଗୋଟିଏ ଶବ୍ଦରେ ଉତ୍ତର), ଆସର୍ଟେନିଂ ଆଣ୍ଡ ରିଜନିଂ(ପ୍ରତି ପ୍ରସ୍ନର ଦୁଇଟି ଉତ୍ତର ବିକଳ୍ପ) ରହିବ। ସିବିଏସ୍ଇ ୧୦ ପାଇଁ ୪୦ ପ୍ରତିଶତ ଯୋଗ୍ୟତା ଆଧାରିତ ପ୍ରସ୍ନ(କମ୍ପିଟେନ୍ସି ବେସ୍ଡ ପ୍ରଶ୍ନ) ରହିବାକୁ ଥିବା ବେଳେ ଯୁକ୍ତ ୧୨ ପାଇଁ ୩୦ ପ୍ରତିଶତ କମ୍ପିଟେନ୍ସି ବେସ୍ଡ ପ୍ରଶ୍ନ) ରଖାଯିବ।
ସେହିପରି ଜାନୁଆରୀ ୨ ତାରିଖରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଯିବ। ପ୍ରାକ୍ଟିକାଲ୍ ପରୀକ୍ଷା ଓ ପ୍ରୋଜେକ୍ଟ ମୂଲ୍ୟାୟନ ପାଇଁ ବୋର୍ଡ ବାହାରୁ ଶିକ୍ଷକ ନିଯୁକ୍ତି କରିବ।