CBSE ଦ୍ବାଦଶ ଶ୍ରେଣୀ ଫଳ ପ୍ରକାଶ; ୮୭.୯୮ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

Published By : Prameya-News7 Bureau | May 13, 2024 IST

ନୂଆଦିଲ୍ଲୀ: CBSE ରେଜଲ୍ଟ ପ୍ରକାଶ । ଦ୍ବାଦଶ ଶ୍ରେଣୀ ଫଳ ପ୍ରକାଶ ପାଇଛି । ସିବିଏସଇ ବୋର୍ଡ ଓ୍ବେବସାଇଟରେ ରେଜଲ୍ଟ ଉପଲବ୍ଧ ହୋଇଛି । cbse.gov.in, cbse.nic.in ଏବଂ results.cbse.nic.in ଓ୍ବେବସାଇଟକୁ ଯାଇ ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ଦେଖିପାରିବେ । ଚଳିତ ବର୍ଷ ୮୭.୯୮ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଗତବର୍ଷ ତୁଳନାରେ ଚଳିତ ବର୍ଷ ୦. ୬୫ ପ୍ରତିଶତ ଅଧିକ ପିଲା ପାସ୍ ହୋଇଛନ୍ତି । ଏଥର ବି ସିବିଏସଇ ବୋର୍ଡ ପରୀକ୍ଷାରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ବାଜି ମାରି ନେଇଛନ୍ତି । ଛାତ୍ରୀଙ୍କ ପାସ୍ ହାର ୯୧.୫୨ ପ୍ରତିଶତ ରହଥିବା ବେଳେ ଛାତ୍ରଙ୍କ ପାସ୍ ହାର ୮୫.୧୨ ପ୍ରତିଶତ ରହିଛି । 

ବୋର୍ଡ ସୂଚନା ମୁତାବିକ, ଚଳିତ ବର୍ଷର ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ୧୬,୩୩, ୭୩୦ ଛାତ୍ରଛାତ୍ରୀ ପଞ୍ଜୀକୃତ କରିଥିବା ବେଳେ  ୧୬,୨୧, ୨୨୪ ପରୀକ୍ଷା ଦେଇଥିଲେ। ସୋମାନଙ୍କ ମଧ୍ୟରୁ ୧୪, ୨୬, ୪୨୦ ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

  • result
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.