ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ, ଓ୍ୱେବସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ

Published By : Prameya-News7 Bureau | May 12, 2023 IST

ନୂଆଦିଲ୍ଲୀ ୧୨/୦୫: ସିବିଏସ୍ ଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ ଆଜି ଆସିବ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ-CBSE ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପୂର୍ବାହ୍ନରେ ଦ୍ବାଦଶ ଶ୍ରେଣୀ ଏବଂ ଏହାର ଦୁଇ ଘଣ୍ଟା ପରେ ଦଶମ ଶ୍ରେଣୀ ଫଳ ବାହାରିବ। ପରୀକ୍ଷାର୍ଥୀମାନେ ‘results.cbse.nic.in’ ଓ ‘cbseresults.nic.in’ ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ ।

ପରୀକ୍ଷା ଫଳ ପ୍ରକାଶ ପାଇବାର କିଛି ସମୟ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଏସମ୍ପର୍କରେ ଅବଗତ କରାଯିବ ବୋଲି ସିବିଏସ୍ ଇ ଆଞ୍ଚଳିକ କାର୍ଯ୍ୟାଳୟ କହିଛି। ଚଳିତଥର ଉଭୟ ଶ୍ରେଣୀରେ ୩୮ ଲକ୍ଷ ୩୮ ହଜାର ୭୧୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେଥିମଧ୍ୟରୁ ଦଶମରେ ୨୧ ଲକ୍ଷ ୮୬ ହଜାର ୯୪୦ ଓ ଦ୍ବାଦଶରେ ୧୬ଲକ୍ଷ ୯୬ହଜାର ୭୭୦ଜଣ ପରୀକ୍ଷାର୍ଥୀ ରହିଛନ୍ତି । ଉଭୟ ଶ୍ରେଣୀରେ ଓଡ଼ିଶାରୁ ୪୫ହଜାର ଛାତ୍ରଛାତ୍ରୀ ରହିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.